ସ୍ବାଗତ ନାଁରେ ଅମାନବିକତା : ବସ ଡୋର୍ ବନ୍ଦ କରି ଅଗ୍ନି ନିର୍ବାପକ ଯନ୍ତ୍ର ସ୍ପ୍ରେ କଲେ

ବୁର୍ଲାସ୍ଥିତ ଭିମ୍ସାର୍ର ଡାକ୍ତରୀ ଛାତ୍ରମାନେ ଅମାନବିକତାର ସବୁ ସୀମା ଲଂଘିଛନ୍ତି। ୱେଲକମ୍ ନାଁରେ ବ୍ରହ୍ମପୁର MKCG ଛାତ୍ର ଗୋଷ୍ଠୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି। ଅଗ୍ନି ନିର୍ବାପକ ଯନ୍ତ୍ରର ପ୍ରୟୋଗ ଯୋଗୁ ଅନେକ ଛାତ୍ର ଅଣନିଶ୍ବାସୀ ହୋଇଥିବା ଜଣାପଡ଼ିଛି। ଏଥିରେ ୫ ଛାତ୍ର ଆହତ ହୋଇଛନ୍ତି। ଆହତଙ୍କୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ଗୁରୁତର ସହିତ ନିଆଯିବା ସହିତ ବୁଧବାର ଥାନାରେ ଏତଲା ଦିଆଯିବ ବୋଲି ଭିମ୍ସାର୍ର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ବର୍ଷା ଟୁଡୁ ସୂଚନା ଦେଇଛନ୍ତି।
ବୁର୍ଲା ମେଡିକାଲ କଲେଜରେ ଆୟୋଜିତ ହେଉଛି ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ‘ୟୁଫୋରିଆ’। ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ସମାରୋହ ଆୟୋଜିତ ହେବ। ‘ୟୁଫୋରିଆ’ ଆରମ୍ଭ ହେବା ପୂର୍ବରୁ ଆୟୋଜିତ ହେବ କ୍ରୀଡ଼ା ଉତ୍ସବ। ଏଥିରେ ଭାଗ ନେବା ପାଇଁ ବସ୍ରେ MKCG ମେଡିକାଲ କଲେଜରୁ ୭୦ରୁ ଅଧିକ ଛାତ୍ରଛାତ୍ରୀ ଆସିଥିଲେ। ବସ୍ଟି ବୁର୍ଲା ମେଡ଼ିକାଲ୍ କ୍ୟାମ୍ପସରେ ପହଞ୍ଚିବା ମାତ୍ରେ ସେଠାରେ ସୃଷ୍ଟି ହୋଇଥିଲା ଅଭାବନୀୟ ସ୍ଥିତି। ବସ୍ ପହଞ୍ଚିବା ମାତ୍ରେ ବସର ଡୋର୍ ବନ୍ଦ କରି ଭିତରେ ଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ନି ନିର୍ବାପକ ଯନ୍ତ୍ରରୁ ସିଧା ସ୍ପ୍ରେ କରିଥିଲେ। ଫଳରେ କିଛି ଛାତ୍ର ଅସୁସ୍ଥ ହୋଇଥିବା କୁହାଯାଉଛି।
Powered by Froala Editor