କର୍ମ ଫଳ : ଛେଳିକୁ ବଳି ଦେଇ ଆଖି ଖାଇଲା, ତଣ୍ଟିରେ ଲାଖିବାରୁ ମଲା
କଥାରେ ଅଛି କଲା କର୍ମର ଫଳ ନିଶ୍ଚୟ ଭୋଗିବାକୁ ପଡେ । ବଳି ପ୍ରଥା ଧିରେ ଧିରେ ଲୋପ୍ ପାଉଥିବା ବେଳେ ଏବେ ବି ଅନେକ ସ୍ଥାନରେ ନୀରିହ ପଶୁଙ୍କୁ ବଳି ଦିଆଯାଉଛି । ଛତିଶଗଡର ବାଗର ସାଇ ମଧ୍ୟ ଛେଳିକୁ ବଳି ଦେବାକୁ ଯାଇ ନିଜ ଜୀବନ ହରାଇଛନ୍ତି ।
ଆଶା ପୂରଣ ହେଲେ ମନ୍ଦିରରେ ଛେଳିଟିଏ ବଳି ଦେବେ ବୋଲି ମାନସିକ ରଖିଥିଲେ ଛତିଶଗଡର ସୁରଜପୁର ଜିଲ୍ଲାର ମଦନପୁର ଗାଁର ବଗର ସାଇ (୫୦)। ଆଶା ପୂରଣ ହେବାରୁ ଗତ ରବିବାର ସେ ଗାଁ ଲୋକଙ୍କୁ ସାଙ୍ଗରେ ନେଇ ଯାଇଥିଲେ ଖୋପାଧାମ। ସେଠାରେ ପୂଜାର୍ଚ୍ଚନା ପରେ ଛେଳିଟିଏ ବଳି ଦିଆଯାଇଥିଲା।
ଛେଳି ବଳି ଦିଆଯିବା ପରେ ବଗର ସାଇଙ୍କ ସହିତ ଯାଇଥିବା ଗାଁ ଲୋକେ ତାକୁ ନେଇ ରୋଷେଇ କରିଥିଲେ। ମାଂସ ପ୍ରସ୍ତୁତ ହୋଇଯିବା ପରେ ସମସ୍ତେ ଖାଇବାକୁ ବସିଥିଲେ। ବଗର ସାଇ ମଧ୍ୟ ସେମାନଙ୍କ ସହିତ ଖାଇବାକୁ ବସିଥିଲେ। ରନ୍ଧା ମାଂସରୁ ବଗର ସାଇ ଛେଳିର ଆଖିଟିକୁ ଖାଇବାକୁ ନେଇଥିଲେ। କିନ୍ତୁ ତାହା ଯେ ତାଙ୍କ ମୃତ୍ୟୁର କାରଣ ପାଲଟିବ ତାହା ଜାଣିପାରିନଥିଲେ । ଆଖିଟି ତାଙ୍କ ତଣ୍ଟିରେ ଲାଗିବା କାରଣରୁ ସେ ନିଶ୍ବାସ ନେବାରେ ସମସ୍ୟା ଭୋଗିଥିଲେ । ବଗରଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ତେବେ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Powered by Froala Editor