ନିଶାରେ ନେତାଙ୍କ ଘୃଣ୍ୟ କାଣ୍ଡ : ଆଦିବାସୀ ଶ୍ରମିକଙ୍କ ମୁହଁରେ ପରିସ୍ରା କଲେ
ଆଦିବାସୀ ଯୁବକଙ୍କ ମୁହଁରେ ପରିସ୍ରା କଲେ ନିଶାଗ୍ରସ୍ତ ବିଜେପି ନେତା । ମଧ୍ୟପ୍ରଦେଶର ସିଦ୍ଧିରେ ଏଭଳି ଲଜ୍ଜାଜନକ ଘଟଣା ଘଟିଥିବା କୁହାଯାଉଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଘୃଣ୍ୟ କାମର ଶିକାର ହୋଇଥିବା ଆଦିବାସୀ ଶ୍ରମିକ ଜଣଙ୍କ ହେଲେ ପାଲେ କୋଲ। ତାଙ୍କ ଘର ସିଦ୍ଧିରେ ଓ ସେ ଶ୍ରମିକ ଭାବେ କାମ କରନ୍ତି। ଘଟଣା ବେଳର ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି।
ନିଶାଗ୍ରସ୍ତ ଥିବା ବିଜେପି ନେତା ସିଡ଼ିରେ ବସିଥିବା ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରିଥିଲେ। କୁହାଯାଉଛି ଯେ ଅଭିଯୁକ୍ତ ଜଣକ ହେଉଛନ୍ତି ବିଜେପି ବିଧାୟକ କେଦାର ଶୁକ୍ଲାଙ୍କ ସମର୍ଥକ। ଏହି ଘଟଣା ଘଟିବା ପରେ ଏବେ ବିରୋଧୀ ଦଳ, ଶାସକ ଦଳ ବିଜେପି ଉପରେ ବର୍ଷିଛି। ତେବେ ଏହି ଘଟଣାକୁ ନେଇ ବିବାଦ ବଢ଼ିବା ପରେ ବିଜେପି ବିଧାୟକ କେଦାର ଶୁକ୍ଲା କହିଛନ୍ତି ଯେ ପ୍ରବେଶ ତାଙ୍କର ପ୍ରତିନିଧୀ ନୁହଁନ୍ତି। ଅନ୍ୟପକ୍ଷରେ ଏଭଳି କାମ କରିଥିବା ଅଭିଯୁକ୍ତଙ୍କ ଉପରେ ଏନଏସଏ ଲାଗୁ କରାଯାଇଛି।
Powered by Froala Editor