ଜୁଲାଇ ୧୩ରେ ଉତକ୍ଷେପଣ ହେବ ଚନ୍ଦ୍ରୟାନ-୩
ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଭାରତର ତୃତୀୟ ଚନ୍ଦ୍ର ଅଭିଯାନ। ଜୁଲାଇ ୧୩ରେ ଚନ୍ଦ୍ରୟାନ-୩ ଉତକ୍ଷେପଣ ହେବ ବୋଲି ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ। ସୂଚନା ଅନୁସାରେ, ଚନ୍ଦ୍ରଯାନ-୨ ତୁଳନାରେ ଚନ୍ଦ୍ରଯାନ-୩ରେ ବହୁ ଉନ୍ନତ ତଥା ଆଧୁନିକ ଯନ୍ତ୍ରାଂଶ ଖଞ୍ଜାଯାଇଛି ଏବଂ ଗତ ମାର୍ଚ୍ଚରୁ ହିଁ ସେଗୁଡ଼ିକର ପରୀକ୍ଷଣ ସରିଛି। କାରଣ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂ ଇସ୍ରୋ ପାଇଁ ରହିବ ସବୁଠୁ ବଡ଼ ଚାଲେଞ୍ଜ।
ଜୁଲାଇ ୧୩ରୁ ୧୯ ଯାଏଁ ଲଞ୍ଚ ୱିଣ୍ଡୋ ଥିବା ବେଳେ, ଏହାର ପ୍ରଥମ ଦିନରୁ ହିଁ ମିଶନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ। ଏନେଇ ସ୍ପଷ୍ଟ କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଜିଏସ୍ଏଲ୍ଭି ମାର୍କ-ଥ୍ରୀ ରକେଟ୍ ସାହାଯ୍ୟରେ ଚନ୍ଦ୍ରୟାନ-୩କୁ ମହାକାଶକୁ ପଠାଯିବ।
Powered by Froala Editor