ଲାଲୁଙ୍କ ପରିବାରର ୩ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ
ନୂଆଦିଲ୍ଲୀ: ଜମି ବଦଳରେ ରେଲୱେରେ ଚାକିରି ମାମଲାରେ ସିବିଆଇର ଚାର୍ଜସିଟ୍ ଦାଖଲ। ଲାଲୁ ଯାଦବଙ୍କ ପରିବାରର ୩ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ସିବିଆଇ।
ଲାଲୁ, ତାଙ୍କ ପତ୍ନୀ ରାବ୍ରୀ ଦେବୀ, ପୁଅ ତେଜସ୍ୱୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି। ତେଜସ୍ୱୀ ଯାଦବ ଏବେ ବିହାରର ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଯାହାକୁ ନେଇ ଏଠାରେ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଦିଲ୍ଲୀର ରାଉଜ୍ ଏଭନ୍ୟୁ କୋର୍ଟରେ ସିବିଆଇ ଏହି ୪ ଜଣଙ୍କ ନାମରେ ସାର୍ଜସିଟ୍ ଦାଖଲ କରିଛି। ତେବେ ଏହା ଉପରେ କୋର୍ଟରେ କୌଣସି ଶୁଣାଣି ହୋଇନି। ମାତ୍ର ଏହି ମାମଲା ଆସନ୍ତା ୧୨ ତାରିଖରେ ଶୁଣାଣି ହେବାକୁ ସମୟ ଧାର୍ୟ୍ୟ ହୋଇଛି। ତେଣୁ ତେଜସ୍ୱୀ ଓ ତାଙ୍କ ପରିବାର ଆଗରେ ସମସ୍ୟା ଠିଆ ହୋଇଛି।
ସୂଚନା ଥାଉକି, ଏହି ମାମଲା ୧୪ ବର୍ଷ ପୁରୁଣା। ଯେତେବେଳେ କେନ୍ଦ୍ରରେ ୟୁପିଏ ସରକାର ଥିଲା ଓ ବିହାରରେ ଲାଲୁ ଯାଦବ ରେଳ ମନ୍ତ୍ରୀ ଥିଲେ। ୨୦୨୨ ମେ’ ୧୮ ତାରିଖରେ ସିବିଆଇ ମାମଲା ରୁଜୁ କରିଥିଲା।
Powered by Froala Editor