ଡେଙ୍ଗୁର ହଟସ୍ପଟ ପାଲଟିଲାଣି ଭୁବନେଶ୍ୱର

ଭୁବନେଶ୍ୱର: ରାଜଧାନୀରେ ଜଟିଳ ହେଉଛି ଡେଙ୍ଗୁ । ଆଉ ବିଳମ୍ବରେ ହେଲେ ବି ଭୁବନେଶ୍ୱର ମହାନଗର ନିଗମ ଏହାକୁ ନିୟନ୍ତ୍ରଣ କରିବାକୁ ଅଂଟାଭିଡିଛି । ରାଜଧାନୀର ବିଭିନ୍ନ ଅଂଚଳରେ ଚାଲିଛି ସଫେଇ କାର୍ୟ୍ୟର୍କ୍ରମର । ମୌସୁମୀ ବର୍ଷା ଆସୁ ଆସୁ ହିଁ ଡେଙ୍ଗୁର ହଟସ୍ପଟ ପାଲଟିଲାଣି ଭୁବନେଶ୍ୱରର ଆଇଆରସି ଭିଲେଜ, ସାଲିଆ ସାହି ଓ ପୁରୁଣା ଭୁବନେଶ୍ୱର । ଖୋର୍ଧା ଓ ଭୁବନେଶ୍ୱର ମହାନଗର ନିଗମରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାରୁ ସମ୍ବେଦନଶୀଳ ଅଂଚଳରେ ସଫେଇକୁ ତ୍ୱରାନ୍ୱିତ କରାଯାଇଛି । ମଶା ଔଷଧ ଓ ବ୍ଲିଚିଂ ପକାଯାଉଛି ।
ରାଜଧାନୀରେ ରାଜ୍ୟରୁ ସବୁଠାରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାରୁ ଭୁବନେଶ୍ୱର ମହାନଗର ନିଗମ ବୈଠକ ପରେ ବୈଠକ କରୁଛି । କିନ୍ତୁ ଡେଙ୍ଗୁ ବ୍ୟାପିବାରେ ଲାଗିଛି । କେବଳ ସାଲିଆ ସାହିରେ ଦିନକୁ ୪ରୁ ୫ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଦିନକୁ ଦିନ ରାଜଧାନୀରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି । ଆଉ ନୂଆ ରୋଗୀଙ୍କ ପାଇଁ କ।।ପିଟାଲ ହସପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ରାଜଧାନୀବାସୀ ସତର୍କ ରହିବା ସହ ନିଜ ଅଂଚଳ ସଫା କରିବାକୁ ଅନୁରୋଧ କରିଛି ବିଏମସି ।
Powered by Froala Editor