ମର୍ମନ୍ତୁଦ ଦୁର୍ଘଟଣା: ଜଣେ ମୃତ
ଅନୁଗୁଳ : କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ସ୍ତ୍ରୀ ମୃତ। ଅଳ୍ପକେ ବର୍ତ୍ତିଲେ ସ୍ଵାମୀ। ଅନୁଗୁଳ ବାଲିପଟ୍ଟା ଗ୍ରାମରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ ବାଲିପଟ୍ଟା ଗ୍ରାମର ବିବୁନା ମାଝୀ।
ସୂଚନାନୁଯାୟୀ, ବାଲିପଟ୍ଟା ଗ୍ରାମର ବିବୁନା ମାଝୀ ଓ ତାଙ୍କ ସ୍ଵାମୀ ଏକ ମଟର ସାଇକେଲରେ ବାଦାମ ବଗିଚାକୁ ଯାଉଥିବା ବେଳେ ପଛରୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଉଭୟେ ଗାଡିରୁ ଛିଟିକି ପଡିଥିଲେ। ସ୍ତ୍ରୀ ଉପରେ ଟ୍ରକ ମାଡି ଯାଇଥିଲା। ଘଟଣା ସ୍ଥଳରେ ସ୍ତ୍ରୀଙ୍କର ମୁତ୍ୟୁ ହୋଇଛି। ସ୍ଵାମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣା ପରେ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମବାସୀ ଛେଣ୍ଡିପଦା ଜରପଡା ରାସ୍ତା ଅବରୋଧ କରିଛନ୍ତି। ଛେଣ୍ଡିପଦା ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ଲୋକଙ୍କୁ ବୁଝାସୁଝା କରୁଛି।
Powered by Froala Editor