କାନ୍ଥରେ ପିଟି ହେଲା ବାଇକ୍, ୨ ମୃତ

ବୌଦ୍ଧ : ଘର କାନ୍ଥରେ ପିଟି ହେଲା ବାଇକ୍। ଫଳରେ ଦୁଇ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମଧୁସୂଦନପୂର ଗାଁର ରମେଶ ଦଳବେହେରା ଓ ମାଣିକପୁର ଗାଁର ଗଣେଶ ପ୍ରଧାନ। ମୃତକ ଦୁଇ ଜଣ ପୁରୁଣାକଟକରୁ ତାଙ୍କ ଘର ଫେରୁଥିଲେ। ସେହି ସମୟରେ ସେମାନେ ଭାରସାମ୍ୟ ହରାଇ ଗୋଟିଏ ଘର କାନ୍ଥରେ ତାଙ୍କ ବାଇକ୍କୁ ନେଇ ଧକ୍କା ଦେଇଥିଲେ। ବୌଦ୍ଧ ଜିଲ୍ଲା ତିଲେଶ୍ୱର ଠାରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଖବର ଅନୁସାରେ, ପୁରୁଣାକଟକରୁ ୨ ଜଣ ବାଇକ ନିଜ ଗାଁକୁ ଫେରିବା ବେଳେ ତିଳେସ୍ୱରରେ ତାଙ୍କ ବାଇକଟି ଭାରସାମ୍ୟ ହରାଇ ଗୋଟିଏ ଘରର କାନ୍ଥକୁ ଧକ୍କା ଦେଇଥିଲା। ଏଥିରେ ଦୁଇ ବାଇକ୍ ଚାଳକ ଗୁରୁତର ହୋଇଥିଲେ।ସେମାନଙ୍କୁ ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ପୁରୁଣା କଟକ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି।
Powered by Froala Editor