ମାଟ୍ରିକ୍ ସପ୍ଲିମେଣ୍ଟାରୀ ଏବଂ ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଆରମ୍ଭ
କଟକ: ସୋମବାର ମାଟ୍ରିକ୍ ସପ୍ଲିମେଣ୍ଟାରୀ ଏବଂ ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍ସି) ପରୀକ୍ଷା ଆରମ୍ଭ ହେଉଛି । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଆସନ୍ତା ୮ ତାରିଖ ପର୍ୟ୍ୟନ୍ତ ଚାଲିବ । ସେହିପରି ଏସ୍ଓଏସ୍ସି ପରୀକ୍ଷା ମଧ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ।
ସପ୍ଲିମେଣ୍ଟାରୀ ପରୀକ୍ଷା ପୂର୍ବାହ୍ନ ୯ରୁ ୧୧ଟା ପର୍ୟ୍ୟନ୍ତ ଦିନକୁ ଗୋଟିଏ ସିଟିଂରେ ହେବାକୁ ଥିବା ବେଳେ ଏସ୍ଓଏସ୍ସି ପରୀକ୍ଷା ଦିନକୁ ଦୁଇଟି ସିଟିଂରେ ହେବ । ପ୍ରଥମ ସିଟିଂ ପରୀକ୍ଷା ପୂର୍ବାହ୍ନ ୯ଟାରୁ ୧୧ଟା ଏବଂ ଦ୍ୱିତୀୟ ସିଟିଂ ପରୀକ୍ଷା ଅପରାହ୍ନ ୧ଟାରୁ ୨ଟା ପର୍ୟ୍ୟନ୍ତ ହେବ । ଦୁଇଟି ଯାକ ପରୀକ୍ଷାରେ ପ୍ରାୟ ୧୦ ହଜାର ପରୀକ୍ଷାର୍ଥୀ ଅଛନ୍ତି ।
ଏଥିମଧ୍ୟରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀ ସଂଖ୍ୟା ମାତ୍ର ୧୧ ଶହ ରହିଛି । ଦୁଇଟି ଯାକ ପରୀକ୍ଷା ଲାଗି ରାଜ୍ୟର ୩୦ଟି ଜିଲ୍ଲାରେ ୮୦ଟି ସେଣ୍ଟର କରାଯାଇଛି । ପରୀକ୍ଷା ପରିଚାଳନାରେ ଅନିୟମିତତା ରୋକିବା ଲାଗି ବୋର୍ଡ ପକ୍ଷରୁ ୧୫ଟି ସ୍କ୍ୱାଡ୍ ଗଠନ କରାଯାଇଛି । ସେହିପରି ଜିଲ୍ଲା ସ୍ତରରେ ଡିଇଓମାନଙ୍କ ଦ୍ୱାରା ପୃଥକ ସ୍କ୍ୱାଡ୍ ଗଠନ କରାଯାଇଛି ।
Powered by Froala Editor