IPS ସାଗରିକା ନାଥଙ୍କ ବାପା ଓ ମାଆଙ୍କୁ ରାସ୍ତାରେ ଆକ୍ରମଣ

ଭୁବନେଶ୍ଵର, : IPS ସାଗରିକା ନାଥଙ୍କ ବାପା ଓ ମାଆଙ୍କୁ ଆକ୍ରମଣ। ବିଳମ୍ଵିତ ରାତିରେ ଘାଟିକିଆ ରାସ୍ତାରେ ଆକ୍ରମଣ କରି ଲୁଟ୍ ଉଦ୍ୟମ। ଏନେଇ ଭରତପୁର ଥାନାରେ ଏତଲା ଦିଆଯାଇଛି। ପୋଲିସ ଛାନଭିନ୍ ଆରମ୍ଭ କରିଛି।ସୂଚନାନୁଯାୟୀ, ରବିବାର ବିଳମ୍ବିତ ରାତିରେ ଓଚଝ ସାଗରିକା ନାଥଙ୍କ ବାପା ଓ ମାଆ ଆମ୍ରି ହସ୍ପିଟାଲ ନିକଟ ସତ୍ୟସାଇ ଏନକ୍ଲେଭ୍ ସ୍ଥିତ ଘରକୁ ଫେରୁଥିଲେ। ଏହି ସମୟରେ ଘାଟିକିଆ ରାସ୍ତାରେ ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି କାର୍ ଅଟକାଇ ଲୁଟ୍ ଉଦ୍ୟମ କରିଥିଲେ। ସାଗରିକାଙ୍କ ବାପା ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। କିଛି ସମୟ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏନେଇ ଭରତପୁର ଥାନାରେ ଏତଲା ଦିଆଯାଇଛି। ପୋଲିସ ଛାନଭିନ୍ ଆରମ୍ଭ କରିଛି।
Powered by Froala Editor