ଦେବିପୁରା ବାଲାଜୀ ଧାମରେ ଭୋଗ ହେଲା ୨୭୦୦ କେଜିର ରୁଟି

ରାଜସ୍ଥାନ ସିକରର ପ୍ରସିଦ୍ଧ ଦେବିପୁରା ବାଲାଜୀ ଧାମରେ ଭୋଗ ହେଲା ସବୁଠାରୁ ବଡ ରୁଟି । ଯାହାକୁ ଟେକିବାକୁ କ୍ରେନ୍ ଦରକାର ପଡିଲା । ଏହା ବିଶ୍ବର ସବୁଠାରୁ ବଡ଼ ରୁଟି ବୋଲି ଦେବିପୁରା ବାଲାଜୀ ଧାମର ମହନ୍ତ ଓମ୍ପ୍ରକାଶ ମିଶ୍ର କହିଛନ୍ତି। ବିଶ୍ବ ଶାନ୍ତି ଉଦ୍ଦେଶ୍ୟ ରଖି ଏହାକୁ ବନାଯାଇଛି। କ୍ରେନ୍ ସାହାଯ୍ୟରେ ଏହି ରୁଟି ସେକା ଯାଇଥିଲା।
୨୭୦୦ କେଜିର ଏହି ସ୍ବତନ୍ତ୍ର ରୁଟି ପ୍ରସ୍ତୁତ କରିବାକୁ ୨୦ ଘଣ୍ଟା ସମୟ ଲାଗିଥିଲା। ଏଥିପାଇଁ ୩୦୦ କେଜିର ତାୱା ଏବଂ ୨୫୦ କେଜିର ବେଲଣା ମଗା ଯାଇଥିଲା। ଏହି ରୁଟି ବନାଇବାକୁ ୧୧ କ୍ବିଣ୍ଟାଲ ଅଟା, ଶହେ କେଜି ସୁଜି, ୪୦୦ ଲିଟର କ୍ଷୀର, ୪୦୦ ଲିଟର ଗୁଆ ଘିଅ, ୧୧୦୦ କେଜି ଶୁଖିଲା ଫଳ ବ୍ୟବହାର କରାଯାଇଥିଲା। ଏହାର ଗୋଲେଇ ୧୧ ଫୁଟ ଏବଂ ଉଚ୍ଚତା ୨ ଫୁଟ ଥିଲା। ଶୁଖିଲା ଖାଦ୍ୟ ଗୋଳାଇବା ପାଇଁ ସ୍ବତନ୍ତ୍ର ମିକ୍ସର ମଧ୍ୟ ଅଣା ଯାଇଥିଲା। ଏଥିପାଇଁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା।
ତେବେ ଏହାକୁ ବନାଇବାକୁ ଯେତିକି କଷ୍ଟ କରିବାକୁ ପଡିଥିଲା ତାଠାରୁ ବେଶୀ ଲୋକେ ଏହାକୁ ଦେଖିବାକୁ ଭିଡ ଜମାଇଥିଲେ । ଏହି ରୁଟିର ପ୍ରସ୍ତୁତି ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି ।
Powered by Froala Editor