ଏନ୍ସିପି ଭାଙ୍ଗିଲା : ଅଜିତ ପାୱାର ମହାରାଷ୍ଟ୍ରର ନୂଆ ଉପ ମୁଖ୍ୟମନ୍ତ୍ରୀ
ଶରଦ ପାୱାରଙ୍କ ଏନସିପି ମହାରାଷ୍ଟ୍ରରେ ଦୁଇ ଫାଳ ହୋଇ ଯାଇଛି। ଏନସିପି ନେତା ଅଜିତ ପାୱାର ରବିବାର ନିଜ ବାସଭବନରେ ଦଳର ନେତାଙ୍କ ଏକ ବୈଠକ ଡାକିଲେ ଏବଂ ପରେ ସିଧାସଳଖ ରାଜ ଭବନରେ ପହଞ୍ଚିଥିଲେ। ଅଜିତ ମହାରାଷ୍ଟ୍ର ସିଏମ ସିନ୍ଦେ ଏବଂ ଡେପୁଟି ସିଏମ ଫଡନାଭିସଙ୍କ ଉପସ୍ଥିତିରେ ଏଠାରେ ଏନଡିଏରେ ଯୋଗ ଦେଇଥିଲେ। ଏହା ପରେ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।
ଶରଦ ପାୱାରଙ୍କ ସମେତ କିଛି ନେତା ଓ ବିଧାୟକ ଏବେ ବି ଉଦ୍ଧବ ଠାକରେ ଓ କଂଗ୍ରେସ ସହ ରହିଛନ୍ତି। କିନ୍ତୁ ଅଜିତ ପାୱାର ଓ ପ୍ରାୟ ୯ ଜଣ ବିଧାୟକ ଆଜି ବିଧିବଦ୍ଧ ଭାବେ ଏକନାଥ ସିନ୍ଦେ ଓ ବିଜେପି ମିଳିତ ଭାବେ ମହାରାଷ୍ଟ୍ରରେ ଗଠନ କରିଥିବା ସରକାରଙ୍କୁ ସମର୍ଥନ ଘୋଷଣା କରିଛନ୍ତି।
ଧରମରାଓ ଅତରମ, ସୁନୀଲ ବାଲସାଡେ, ଅଦିତି ତାଟକାରେ, ହାସନ ମୁଶରିଫ, ଚଗନ ଭୁଜବଳ, ଧନଞ୍ଜୟ ମୁଣ୍ଡେ, ଅନୀଲ ପାଟିଲ, ଦିଲୀପ ଭାଲସେ ପାଟିଲ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ହୋଇଛନ୍ତି।
ଅଜିତ ପାୱାରଙ୍କ ଶପଥ ପାଠ ପରେ ମହାରାଷ୍ଟ୍ରରେ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ପୂର୍ବରୁ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ପଦରେ ଥିବା ବେଳେ ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।
Powered by Froala Editor