ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ
ଭୁବନେଶ୍ୱର: ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ହେଲେ ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ଓଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ନୂଆ ଚେୟାରପର୍ସନ ଭାବେ ଯୋଗ ଦେଇଛନ୍ତି ।
୨୦୧୯ ଫେବୃଆରୀ ୬ରୁ ଏହି ପଦବୀରେ ଥିବା ଡ଼ିଶା ରିଅଲ ଇଷ୍ଟେଟ୍ ଅପେଲେଟ୍ ଟ୍ରିବ୍ୟୁନାଲର ପ୍ରଥମ ଚେୟାରପର୍ସନ ଜଷ୍ଟିସ୍ ସୁଭାସ ଚନ୍ଦ୍ର ପରିଜାଙ୍କ କାର୍ୟ୍ୟକାଳ ଗତକାଲି ୩୦ ସମାପ୍ତ ହୋଇଛି । ସେ ୨୦୧୯ ଫେବୃଆରୀ ୬ରେ ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ। ତାଙ୍କ ସ୍ଥାନରେ ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜଷ୍ଟିସ୍ ପ୍ରମଥ ପଟ୍ଟନାୟକ ।
Powered by Froala Editor