ବିଲବୋର୍ଡରେ sorry ଲେଖି ଭୁଲ୍ ମାଗିଲେ ପ୍ରେମିକା

ମୁଁ ତୁମକୁ ବହୁତ ଭଲପାଏ । ପ୍ରତିଶ୍ରୁତି ଦେଉଛି କେବେ ଆଘାତ ଦେବିନି । ହେଲେ ଏ ପ୍ରତିଶ୍ରୁତି କେତେ ସମୟ ତିଷ୍ଠିବ । ପ୍ରେମିକ ପ୍ରେମିକା ଭିତରେ ଝଗଡା ତ ଲାଗିବ । ହେଲେ ଭଲ ପାଇବାରେ ଝଗଡା ଲାଗିବା ଆଉ ମନାଇବା ତ ସାଧାରଣ କଥା । କିଏ ଗିଫ୍ଟ ଦେଇ ତ କିଏ ମନ ଭୁଲାଇବା ଭଳି କଥା କହି ମନାଉଛନ୍ତି । ହେଲେ ଜଣେ ପ୍ରେମିକା ପ୍ରେମିକକୁ ମନାଇବା ପାଇଁ କିଛି ଭିନ୍ନ ତରିକା ଆପଣେଇଛନ୍ତି ।
ସେଥିପାଇଁ ଯୁବତୀ ଜଣଙ୍କ ରାଜ ରାସ୍ତାରେ ବିଲବୋର୍ଡ ଲଗାଇଛନ୍ତି । ଯେଉଁଠି ଲେଖା ହୋଇଛି 'I am sorry sanju ' । 'ଆଗକୁ ମୁଁ କେବେ ବି ତମକୁ ଆଘାତ ପହଞ୍ଚାଇବିନି' । 'ତୁମର ସୁସ୍' । ସେହି ବିଲବୋର୍ଡରେ ଦୁହିଁଙ୍କର ପିଲାବେଳର ଫଟୋ ଲାଗିଥିବା ଦେଖିବାକୁ ମିଳିଛି । ତା ସହ ଏକ ବଡ ହାର୍ଟ ଇମୋଜି ମଧ୍ୟ ଅଛି ।
ଏହି ଯୁବତୀ ଜଣଙ୍କ ହେଉଛନ୍ତି ନଏଡା ଅଞ୍ଚଳର ବାସିନ୍ଦା । ସଞ୍ଜୁଙ୍କୁ ଖୁବ ଭଲ ପାଆନ୍ତି । ହେଲେ ସରି କହିବାକୁ ସେ ଏହି ପନ୍ଥା ଆପଣାଇଲେ । ବିଲବୋର୍ଡର ଏହି ଫଟୋ ଟ୍ୱିଟରରେ ଭାଇରାଲ ହେବା ପରେ ଲୋକ ଏହାକୁ ଖୁବ ପସନ୍ଦ କରିଛନ୍ତି ।
Powered by Froala Editor