ହାତୀ ଆକ୍ରମଣରେ ଯୁବକଙ୍କ ମୃତ
ଢେଙ୍କାନାଳ, : ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ। ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ବନାଞ୍ଚଳ ଯୋରନ୍ଦା ସେକ୍ସନ ଅନ୍ତର୍ଗତ ସୋଗରପଶି ପଞ୍ଚାୟତର ପାରିଖେଦା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗ୍ରାମର ଚନ୍ଦନ ନାଏକ ( ୨୬ )।
ସୂଚନାନୁଯାୟୀ, ଚନ୍ଦନ ନାଏକ ସାଇକେଲରେ ଯାଉଥିବା ବେଳେ ଏକ ହାତୀ ସହ ମୁହାଁମୁହିଁ ହୋଇଥିଲେ। ଦନ୍ତା ହାତୀଟି ତାଙ୍କୁ ଟେକି କଚାଡି ଦେବା ସହ ପାଦରେ ଦଳି ଦେଇଥିଲା। ଗ୍ରାମବାସୀ ତାଙ୍କୁ ଏକ ଅଟୋ ଯୋଗେ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
Powered by Froala Editor