କଲମା ବ୍ୟାରେଜର ୬୬ଟି ଗେଟ୍ ଖୋଲିଲା ଛତିଶଗଡ଼

ସମ୍ବଲପୁର : କଲମା ବ୍ୟାରେଜର ୬୬ଟି ଗେଟ୍ ଖୋଲିଲା ଛତିଶଗଡ଼। ପ୍ରବଳ ବର୍ଷା ଯୋଗୁଁ ସବୁ ଗେଟ୍ ଖୋଲାଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ବଢିଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୩.୬୭ ଫୁଟରେ ପହଞ୍ଚିଲାଣି। ବର୍ତ୍ତମାନ ପ୍ରତି ସେକେଣ୍ଡରେ ହୀରାକୁଦ ଜଳଭଣ୍ଡାରକୁ ୭୯,୨୬୨ କ୍ୟୁସେକ ପାଣି ପ୍ରବେଶ କରୁଛି । ହୀରାକୁଦ ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ଏନେଇ ସୂଚନା ଦେଇଛନ୍ତି।
ଛତିଶଗଡ଼ କଲମାର ସବୁ ଗେଟ୍ ଖୋଲିବା ଫଳରେ ହୀରକୁଦର ଜଳସ୍ତର ବୃଦ୍ଧି ହେବ। ଫଳରେ ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ତେବେ ଛତିଶଗଡ଼ ବାରମ୍ଵାର ଏଭଳି ମନମାନି କରୁଛି। ଅଣମୌସୁମୀ ବେଳେ ଛତିଶଗଡ଼ କଲମା ବ୍ୟାରେଜର ସବୁ ଗେଟ୍ ବନ୍ଦ କରି ଦେଉଛି। ଯାହା ଫଳରେ ଓଡ଼ିଶାରେ ମରୁଡ଼ି ଭଳି ସ୍ଥିତି ସୃଷ୍ଟି ହେଉଛି। ସେହିପରି ମୌସୁମୀ ବେଳେ ସବୁ ଗେଟ୍ ଖୋଲି ଦେଉଛି। ଯାହାଫଳରେ ଓଡ଼ିଶାର ବନ୍ୟା ସ୍ଥିତି ସୃଷ୍ଟି ହେଉଛି।
Powered by Froala Editor