ମେଟ୍ରୋରେ ଗଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିଲ୍ଲୀ ବିଶ୍ବବିଦ୍ୟାଳୟକୁ ମେଟ୍ରୋ ଟ୍ରେନ୍ ଯୋଗେ ଯାଇଛନ୍ତି। ସୂଚନା ଅନୁସାରେ, ସେ ସଡ଼କପଥରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଯିବାର କାର୍ୟ୍ୟକ୍ରମ ଥିଲା। ଶେଷ ମୁହୂର୍ତ୍ତରେ ଏହା ପରିବର୍ତ୍ତନ ହୋଇଥିଲା।
ଟ୍ରେନ୍ରେ ଯାତ୍ରା କରିବା ସମୟରେ ମୋଦୀ ସାଧାରଣ ଲୋକଙ୍କ ପରି ଟ୍ରେନ୍ରେ ବସିଥିବା ଅନ୍ୟ ସହଯାତ୍ରୀଙ୍କ ସହିତ କଥା ହେଉଥିଲେ। ଦିଲ୍ଲୀ ବିଶ୍ବବିଦ୍ୟାଳୟର ଶହେ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବାର କାର୍ୟ୍ୟକ୍ରମ ରହିଛି।
Powered by Froala Editor