ଆମ୍ବ ବଗିଚାରୁ ଯୁବକଙ୍କ ମୃତଦେହ ଉଦ୍ଧାର
ବନ୍ତଳା : ବନ୍ତଳା ଥାନା ଇଲାକା ପୁରୁଣା ଗଡ଼ ମାଟିଆ ସାହି ପଞ୍ଚାୟତ ବରୁଡ଼ ସାହିରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବରୁଡ଼ ସାହି ନିକଟ ଏକ ମନ୍ଦିର ପାଖରେ ଥିବା ଆମ୍ବ ବଗିଚାରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ହେଲେ ବରୁଡ଼ ସହି ସମୀର ବେହେରା (୩୫ )।
ଗୁରୁବାର ରାତିରେ ସମୀର ନିଜ ପରିବାର ସହ ଝଗଡା କରି ଘରୁ କେଉଁଆଡେ ଚାଲି ଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ରାତିରେ ପାଇ ନଥିଲେ । ଆଜି କିଛି ଗ୍ରାମବାସୀ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ସମୀରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପରିବାର ଲୋକ ପହଞ୍ଚିଥିଲେ। ଖବର ପାଇ ବନ୍ତଳା ପୋଲିସ ପହଞ୍ଚି ଶବ ଜବତ କରି ଅଧିକ ତଦନ୍ତ ଚଳାଇଛି ।
Powered by Froala Editor