ରତ୍ନଭଣ୍ଡାର ଖୋଲାଯିବା ନେଇ ଏପରି କହିଲେ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ
ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ନିହାତି ଖୋଲାଯିବା ଦରକାର। ଗଜପତିଙ୍କ ପରେ ଏପରି କହିଛନ୍ତି ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର (ଜଗୁନି)। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମହାପାତ୍ର କହିଛନ୍ତି, ରତ୍ନଭଣ୍ଡାରରେ ପାଣି ଗଳୁଛି। ଜିନିଷ ନଷ୍ଟ ହେଉଛି। ନିହାତି ଖୋଲାଯାଉ। ଭଣ୍ଡାର ଘରେ ଯେମିତି ପାଣି ଗଳୁଛି, ଦିନେ ଏହା ଭୁଶୁଡ଼ି ପଡ଼ିବ ବୋଲି ଜଗୁନି କହିଛନ୍ତି।
ସେ ଆହୁରି କହିଛନ୍ତି, ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲି ନପାରିବା ଲଜ୍ଜାଜନକ ଘଟଣା। ରତ୍ନଭଣ୍ଡାରରେ ଜିନିଷ ଖତ ହେଉଛି। ତେଣେ ପ୍ରଭୁ ଗୋଟିଏ ସେଟ୍ ପିନ୍ଧୁଛନ୍ତି। ମହାପ୍ରଭୁଙ୍କର ଗୋଟିଏ କାହିଁକି ୧୦/୧୫ ସେଟ୍ ଅଳଙ୍କାର ହେଉ। ରାଜ୍ୟ ସରକାର ଚାହିଁଲେ ଦାତାଙ୍କ ଜରିଆରେ ଅଳଙ୍କାର ସେଟ୍ କରିପାରିବେ। ସରକାର ଖାଲି ଘୋଷଣା କରନ୍ତୁ, ଦାତା ସୁନା ଗଦା କରି ପକାଇବେ ବୋଲି ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି।
Powered by Froala Editor