ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁବ୍ରତ ବାଗଚୀ
ଭୁବନେଶ୍ବର: ଦକ୍ଷତା ବିକାଶ ପରିଷଦ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁବ୍ରତ ବାଗଚୀ । ଏଥିସହ ଓ୍ବାର୍ଲ୍ଡ ସ୍କିଲ ସେଣ୍ଟର ସିଇଓ ପଦରୁ ବି ଇସ୍ତଫା ଦେଇଛନ୍ତି । ନିଜ ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ନିଜେ ଟ୍ବିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଓଡିଶା ଦକ୍ଷତା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଦାୟିତ୍ବ ଦେଇଥିବାରୁ ବାଗଚୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ବାଗଚୀଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟ ମିଳିଥିଲା। ସେ ଓଡିଶା ଦକ୍ଷତା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଛାଡିବା ପରେ ତାଙ୍କ ସ୍ଥାନରେ ଅଳକା ମିଶ୍ରଙ୍କୁ ଏହି ଦାୟିତ୍ବ ମିଳିଛି।
୨୦୧୬ ମସିହାରେ ଓଡିଶା ଦକ୍ଷତା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ଶ୍ରୀ ବାଗଚୀ ଦାୟିତ୍ବ ନେଇଥିଲେ। ଦୀର୍ଘ ୭ ବର୍ଷ ଧରି ସେ ଏହି ଦାୟିତ୍ବରେ ରହିଥିଲେ। କରୋନା ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମହାମାରୀ ମୁଖପାତ୍ର ଭାବେ ସେ ଦାୟିତ୍ବ ତୁଲାଇଥିଲେ। କରୋନା ବିଷୟରେ ଲୋକଙ୍କୁ ବୁଝାଇବା ଓ ସଚେତନତା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଦାୟିତ୍ବ ଦିଆଯାଇଥିଲା। ସେହି ସମୟରେ ସେ ଘରେ ଘରେ ଲୋକଙ୍କ ସହ ପରିଚିତ ହୋଇଥିଲେ।
Powered by Froala Editor