ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ପ୍ରଜା କୋର୍ଟରେ ହତ୍ୟା କଲେ ମାଓବାଦୀ । ସେମାନଙ୍କ ମଧ୍ୟରେ ଜଣେ ମାଡବି ଗଙ୍ଗାତାଡମେଟଲା ପଞ୍ଚାୟତର ଉପ ସରପଞ୍ଚ ଏବଂ ଅନ୍ୟ ଜଣେ ଶିକ୍ଷକ ।
ଦୁଇ ଦିନ ତଳେ ୧୪ ଜଣ ଗ୍ରାମବାସୀଙ୍କୁ ମାଓବାଦୀ ମାନେ ଅପହରଣ କରିଥିଲେ । ବୁଧବାର ସମସ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ଦୁଇ ଜଣଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲେ ମାଓବାଦୀ । ମୃତକଙ୍କ ମଧ୍ୟରେ ମଧ୍ୟରେ ଜଣେ ମାଡବି ଗଙ୍ଗାତାଡମେଟଲା ପଞ୍ଚାୟତର ଉପ ସରପଞ୍ଚ ଏବଂ ଅନ୍ୟ ଜଣେ ଶିକ୍ଷକ ।
ସେହିପରି ଅନ୍ୟମାନଙ୍କୁ ଧମକ ଦେଇ ଛାଡି ଦେଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା କେହି ନିଜ ଘରକୁ ଫେରିନାହାନ୍ତି । ଏପରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
Powered by Froala Editor