ଘାଟିରୁ ଖସିଲା ବରଯାତ୍ରୀ କାର, ୪ ମୃତ
ନୂଆଦିଲ୍ଲୀ: ହିମାଚଳପ୍ରଦେଶ ସିମଲାରେ ବଡ ଧରଣର ଦୁର୍ଘଟଣା ଘଟିଛି । ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ କାର ଘାଟିରୁ ଖସିପଡିବାରୁ ଘଟଣାସ୍ଥଳରେ ୪ଜଣ ଯୁବକଙ୍କ ମୃତ୍ୟୁ ହେବା ସହ ଅନ୍ୟମାନେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି ।
ସୂଚନା ମୁତାବକ, ବୁଧବାର ସିମଲାରୁ ରାମପୁର ଯାଉଥିବା ଏକ ବରଯାତ୍ରୀ କାର୍ ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ୫ଜଣ ଥିଲେ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ଜଣ ଯୁବକଙ୍କୁ ପୋଷ୍ଟମର୍ଟମ ପାଇଁ ନିଆଯାଇଥିବାବେଳେ ଅନ୍ୟ ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Powered by Froala Editor