ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି
ପୁରୀ : ଆଜି ପବିତ୍ର ବାହୁଡ଼ା ଯାତ୍ରା। ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ନିର୍ଦ୍ଧାରିତ ସମୟର ୪ ଘଣ୍ଟା ଆଗରୁ ହେଲା ପହଣ୍ଡି ବିଜେ। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରି ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରାଯାଇଥିଲା। ଏହା ପରେ ବଡ଼ଠାକୁର ଶ୍ରୀ ବଳଦେବଙ୍କୁ ପହଣ୍ଡିରେ ଆସି ତାଳଧ୍ଵଜ ରଥରେ ରଥାରୁଢ ହୋଇଛନ୍ତି ।
ଏହାପରେ ଦର୍ପଦଳନରେ ମା ସୁଭଦ୍ରା ରଥାରୁଢ ହୋଇଛନ୍ତି। ଶେଷରେ ଗହଳି ଲଗାଇ ଜଗତ ଠାକୁର କାଳିଆ ସାଆନ୍ତ ନନ୍ଦିଘୋଷରେ ରଥାରୁଢ ହୋଇଛନ୍ତି। ଘଣ୍ଟ, ଘଣ୍ଟା, କାହାଳୀ ନାଦରେ ବଡ଼ଦାଣ୍ଡ ଫାଟି ପଡୁଛି। ହରିବୋଲ ହୁଳହୁଳିରେ ପ୍ରମ୍ପିତ ହେଉଛି ଗଗନ ପବନ। ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ।
ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ଭିତରେ ବାହୁଡ଼ା ପହଣ୍ଡି ଶେଷ ପରେ ସାଢ଼େ ୨ଟାରୁ ସାଢ଼େ ୩ଟା ଭିତରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ନ ୩ଟାରୁ ୪ଟା ଭିତରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ୟ୍ୟ ସମ୍ପନ୍ନ ହେବ। ପରେ ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ ହେବ। ସୂଚନାଯୋଗ୍ୟ, ବାହୁଡ଼ା ଯାତ୍ରା ଶେଷ ପରେ ୨୯ ତାରିଖରେ ସୁନାବେଶ, ୩୦ରେ ଅଧରପଣା ଓ ଜୁଲାଇ ୧ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।
Powered by Froala Editor