ଏସି କୋଚ୍ରେ ଗଳିଲା ବର୍ଷା ପାଣି : ବାଧ୍ୟ ହୋଇ ବସିରହିଲେ ବୃଦ୍ଧ ଯାତ୍ରୀ
ରେଳ ବିଭାଗ ପାଇଁ ଯେମିତି ଦୁର୍ଦ୍ଦିନ ଚାଲିଛି । ଗୋଟିିଏ ପରେ ଗୋଟିଏ ଅଭିଯୋଗ ଲମ୍ବି ଚାଲିଛି । କେତେବେଳେ ଦୁର୍ଘଟଣା ତ କେତେବେଳେ ଅସୁବିଧା ପାଇଁ ଲୋକେ ଭିଡିଓ ଭାଇରାଲ କରି ଗାଳି ଦେଉଛନ୍ତି । ତେବେ ପୁଣି ଏକ ଭାଇରାଲ ଭିଡିଓ ରେଳବାଇର ଚିନ୍ତା ବଢାଇଛି । ଜଣେ ରେଳଯାତ୍ରୀ ମୁମ୍ବାଇ-ଇନ୍ଦୋର ଅବନ୍ତିକା ଏକ୍ସପ୍ରେସର ସେକେଣ୍ଡକ୍ଲାସ ଏସିର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।
ଏହି ଭିଡିଓରେ ଏସିକୋଚରେ ଯାତ୍ରୀମାନେ ବସି ଯାତ୍ରା କରୁଥିବା ବେଳେ ହାଠତ ଟ୍ରେନ ଛାତରୁ ଏସି ଦେଇ ବର୍ଷାପାଣି ବଗି ଭିତରେ ପଡ଼ୁଛି। ଆଉ ଜଣେ ବୃଦ୍ଧ ଯାତ୍ରୀ ବାଧ୍ୟ ହୋଇ ତଳ ସିଟରେ ବସି ରହିଛନ୍ତି। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ରେଳବାଇକୁ ସମାଲୋଚନା କରାଯାଉଛି। ଟ୍ରେନ ଛାତରୁ ବର୍ଷା ପାଣି ପଡ଼ିବା ହେତୁ ଯାତ୍ରୀମାନେ ସମ୍ପୂର୍ଣ୍ଣ ଭାବେ ଭିଜିଯିବା ସହିତ ସେମାନେ ସାଥୀରେ ଆଣିଥିବା ଜିନିଷପତ୍ର ଭିଜି ଯାଇଥିଲା। ଏହାକୁ ନେଇ ରେଳବାଇ କ୍ଷତିପୂରଣ ଦିଅନ୍ତୁ ବୋଲି ଦାବି କରାଯାଇଛି । ହେଲେ ଏଯାଏ ରେଳ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ ।
Powered by Froala Editor