ହିମାଚଳରେ ୩୦୦ରୁ ଅଧିକ ରାସ୍ତା ବନ୍ଦ, ପ୍ରଶାସନ ଜାରି କଲା ଆଡଭାଇଜରୀ
ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ପାଇଁ ଲ୍ୟାଣ୍ଡସ୍ଲାଇଡ୍ ସହ ଅଚାନକ ବନ୍ୟା ଆସିଛି। ଲ୍ୟାଣ୍ଡସ୍ଲାଇଡ୍ ଯୋଗୁ ଅଧିକାଂଶ ହାଇଓ୍ବେ ବନ୍ଦ ହୋଇଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଫ୍ଲାସଫ୍ଲଡ୍ ଯୋଗୁ ଅନେକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ମଣ୍ଡି ଏବଂ କୁଲ୍ଲୁକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍ ଯୋଗୁଁ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଅଟ ନିକଟରେ ଏକାଧିକ ଲୋକ ଫସି ରହିଥିବା କୁହାଯାଉଛି।
ପାଙ୍ଗୀ-କିଲାଡ ହାଇଓ୍ବେରେ ପାହାଡ଼ ଧସିଯିବା ଯୋଗୁ ଉଭୟ ପଟେ ଗାଡ଼ିମୋଟର ଅଟକି ରହିଛି । ଚଣ୍ଡିଗଡ଼-ମନାଲି ହାଇଓ୍ବେ ମଧ୍ୟ ଲ୍ୟାଣ୍ଡସ୍ଲାଇଡ ଯୋଗୁ ଜାମ୍ ହୋଇଛି । ସେପଟେ ଲଗାଣ ବର୍ଷା ପରେ ଗଙ୍ଗା ସମେତ ଅନ୍ୟ ଶାଖା ନଦୀରେ ବି ଜଳସ୍ତର ବୃଦ୍ଧି ପାଇଛି । ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ପରେ ୩ଶହରୁ ଅଧିକ ରାସ୍ତା ବନ୍ଦ କରିଦିଆଯାଇଛି ।
ବର୍ଷା, ବନ୍ୟା, ଲ୍ୟାଣ୍ଡସ୍ଲାଇଡ ଯୋଗୁ ପର୍ଯ୍ୟଟକମାନଙ୍କ ପାଇଁ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି । ପାଣିପାଗ ଖରାପ ହେଲେ ପାଣିପାଗ ବିଭାଗର ପୂର୍ବାନୁମାନକୁ ଅନୁସରଣ କରନ୍ତୁ ଏବଂ ଯାତ୍ରା ବନ୍ଦ କରନ୍ତୁ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଶ୍ରଦ୍ଧାଳୁମାନଙ୍କୁ ନିବେଦନ କରିଛନ୍ତି।
Powered by Froala Editor