୭ ଜଣ ପିଲାଙ୍କୁ ନେଇ ସ୍କୁଟରରେ ଯାଉଥିଲେ ବ୍ୟକ୍ତି, କିଏ ଠିଆ ତ କିଏ ଓହଳିଥିଲା
ବାଇକ୍ରେ ଦୁଇରୁ ୩ ଜଣ ହୋଇଗଲେ ଚାଲାଣ କଟିଯାଉଛି । ପୁଣି ହେଲମେଟ ପିନ୍ଧିନଥିଲେ ଅଲଗା ଚାଲାଣ । କାରଣ ସେଫଟି ପାଇଁ ଅଧିକ ଜଣ ବସିବା ନିରାପଦ ନୁହେଁ ବୋଲି ପରିବହନ ବିଭାଗ କହୁଛି । ହେଲେ ଆମେ ଯେଉଁ ଭିଡିଓ କଥା କହୁଛୁ, ତାହାକୁ ଦେଖିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଏଥିରେ ଜଣେ ବ୍ୟକ୍ତି ଜଣେ ଦୁଇ ଜଣ ନୁହେଁ ପୂରା ୭ ଜଣ ପିଲାଙ୍କୁ ନେଇ ଗାଡି ଚଳାଉଛନ୍ତି । କିଏ ବସିଛି ତ କିଏ ଓହଳିଛି । ଏମିତି ବିପଦପୂର୍ଣ୍ଣ ଭାବେ ଗାଡି ଚଳାଇବାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।
ଗିରଫ ବ୍ୟକ୍ତିଜଣକ ମୁନାଭର ଶାହ ବୋଲି ଜଣାଯାଇଛି। ତାଙ୍କର ମୁମ୍ବାଇରେ ଏକ ନଡ଼ିଆ ଦୋକାନ ଥିବା ଜଣାଯାଇଛି। ଭିଡିଓରେ ଦେଖିବାକୁ ମିଳୁଛି, ମୁନାଭର ସ୍କୁଟର ଚଳାଉଥିବା ବେଳେ ଆଗରେ ୨ ଛୁଆ ବସିଛନ୍ତି। ୩ ଜଣ ପଛରେ ବସିଥିବା ବେଳେ ଜଣେ ପଛରେ ଓ ଅଉ ଜଣେ ବାମ ପାର୍ଶ୍ୱରେ ଓହଳିଛନ୍ତି।
ଉକ୍ତ ସମୟରେ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ଏହାର ଭିଡିଓ କରି ଟ୍ୱିଟରରେ ପୋଷ୍ଟ କରିବା ସହ ମୁମ୍ବାଇ ପୁଲିସ୍କୁ ଟ୍ୟାଗ୍ କରିଥିଲା। ଏହାପରେ ପୁଲିସ୍ ତୁରନ୍ତ ମୁନାଭର ଶାହଙ୍କୁ ଗିରଫ କରିଛି। ଉକ୍ତ ୭ ଛୁଆଙ୍କ ମଧ୍ୟରୁ ୪ ଜଣ ତାଙ୍କ ନିଜ ଛୁଆ ହୋଇଥିବା ବେଳେ ୩ ଜଣ ପଡ଼ୋଶୀ ଛୁଆ ବୋଲି ଜଣାଯାଇଛି।
Powered by Froala Editor