ବିମାନରେ ସମସ୍ତଙ୍କ ସାମ୍ନାରେ ମଳମୂତ୍ର ତ୍ୟାଗ କରି ଗିରଫ ହେଲେ ଯାତ୍ରୀ

ଡିଜିସିଏର ତାଗିଦ ଓ ବିମାନ କର୍ତ୍ତୃପକ୍ଷଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ବେ ବିମାନରେ ଯାତ୍ରୀମାନଙ୍କ ବିଶୃଙ୍ଖଳିତ ଆଚରଣ ମାମଲା ବଢିଚାଲିଛି । ମୁମ୍ବାଇରୁ ନୂଆଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର AIC 866 ନଂ ଫ୍ଲାଇଟରେ ଏପରି ଘଟଣା ଗତ ୨୪ ତାରିଖରେ ଘଟିଛି। ଉକ୍ତ ବ୍ୟକ୍ତି ବିମାନ ଆକାଶରେ ଥିବାବେଳେ ମଳମୁତ୍ର ତ୍ୟାଗ କରିଥିଲା । ବିମାନଟି ନୂଆଦିଲ୍ଲୀରେ ଲ୍ୟାଣ୍ଡ କରିବା ପରେ ତୁରନ୍ତ ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଛି।
ପୁଲିସ ନିକଟରେ ଫ୍ଲାଇଟ୍ କ୍ୟାପ୍ଟେନ୍ କରିଥିବା ଅଭିଯୋଗ ଅନୁଯାୟୀ ଗତ ଜୁନ୍ ୨୪ ତାରିଖରେ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନରେ ଜଣେ ଯାତ୍ରୀ ନିଜ ସିଟରେ ମଳତ୍ୟାଗ କରିବା ସହ ପରିସ୍ରା କରିଥିଲେ। ସର୍ବସମ୍ମୁଖରେ ସେ ବିମାନର ଚଟାଣରେ ପରିସ୍ରା କରିବା ସହ ଛେପ ପକାଇଥିଲେ। ଅନ୍ୟ ଯାତ୍ରୀମାନେ ଏହାକୁ ପ୍ରବଳ ବିରୋଧ କରିଥିବା ବେଳେ ଏହାକୁ ନେଇ ଫ୍ଲାଇଟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।
କ୍ରିଉ ମେମ୍ବର ସମ୍ପୃକ୍ତ ଯାତ୍ରୀଙ୍କୁ ଏହା କରିବାକୁ ବାରଣ କରିଥିଲେ ମଧ୍ୟ ସେ ତାହାକୁ ଖାତିର କରି ନ ଥିଲେ। ଫଳରେ କ୍ରିଓ ମେମ୍ବର ତୁରନ୍ତ ସମ୍ପୃକ୍ତ ଯାତ୍ରୀଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରିବା ସହ ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ।
ବିମାନଟି ନୂଆଦିଲ୍ଲୀରେ ଲ୍ୟାଣ୍ଡ କରିବା ପରେ ଏୟାର ଇଣ୍ଡିଆ ସିକ୍ୟୁରିଟି ଫୋର୍ସ ସମ୍ପୃକ୍ତ ଯାତ୍ରୀଙ୍କୁ ନେଇ ସ୍ଥାନୀୟ ଥାନାକୁ ଯାଇଥିଲେ। ସେଠାରେ ତାଙ୍କ ନାମରେ ଏକ ମାମଲା ରୁଜୁ ହେବା ସହ ପୁଲିସ୍ ତାଙ୍କୁ ଗିରଫ କରିଛି।
Powered by Froala Editor