ମଣିପୁରରେ ନୋ ୱାର୍କ-ନୋ ପେ ହ୍ୱିପ ଜାରି
ମଣିପୁର : ହିଂସା ପ୍ରଭାବିତ ରାଜ୍ୟ ମଣିପୁରରେ ହିଂସା ବନ୍ଦ କରିବାକୁ ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସୁରକ୍ଷା ଏଜେନ୍ସି ସମସ୍ତ ପ୍ରକାରର ଉଦ୍ୟମ କରୁଛନ୍ତି | ଏହା ସତ୍ତ୍ୱେ ହିଂସା ବନ୍ଦ ହେବାର ନାମ ନେଉନାହିଁ | ଅନ୍ୟପକ୍ଷରେ, ହିଂସା ହେତୁ ସରକାରୀ କାର୍ଯ୍ୟାଳୟକୁ କୌଣସି କର୍ମଚାରୀ ଆସୁନାହାନ୍ତି | ଆଉ ଏହାକୁ ଦେଖି ବର୍ତ୍ତମାନ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଏବଂ ନୋ ୱାର୍କ-ନୋ ପେ ଅର୍ଥାତ କାମ ନାହିଁ ତ ଦରମା ନାହିଁ ହ୍ୱିପ ଜାରି କରିଛନ୍ତି |
ଏହି ହ୍ୱିପ ମୁତାବକ ଯଦି ସରକାରୀ କର୍ମଚାରୀ ଅଫିସକୁ ଆସିବେ ନାହିଁ, ତେବେ ସେହି ଦିନ ପାଇଁ ତାଙ୍କୁ ଦରମା ଦିଆଯିବ ନାହିଁ | ଯଦି ଆପଣ ଦରମା ଚାହୁଁଛନ୍ତି ତେବେ ଆପଣଙ୍କୁ ଅଫିସକୁ ଆସି କାମ କରିବାକୁ ପଡିବ | ମିଳିଥିବା ସୂଚନା ମୁତାବକ ମଣିପୁର ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଏକ ଲକ୍ଷରୁ ଅଧିକ କର୍ମଚାରୀ ହିଂସାର ବାହାନା ଦେଖାଇ ଅଫିସ ଆସୁନାହାନ୍ତି | ଆଉ ଏଥିପାଇଁ ସରକାରୀ ଅଫିସରେ ତାଲା ଝୁଲୁଥିବାବେଳେ କାମ ଠପ ହୋଇପଡିରହିଛି |
ଏସବୁକୁ ଦେଖି ରାଜ୍ୟ ସରକାର ପ୍ରଶାସନିକ ଅଧିକାରୀମାନଙ୍କୁ ସେହି ସବୁ କର୍ମଚାରୀଙ୍କ ତଥ୍ୟ ଦେବାକୁ କୁହାଯାଇଛି ଯେଉଁମାନେ ଅଫିସ ଆସୁନାହାନ୍ତି, ଏସବୁ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ଦିଲ୍ଲୀ ଆସିଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ । ସେ ଦାବି କରିଛନ୍ତି ଯେ ଜୁନ୍ ୧୩ଠାରୁ ରାଜ୍ୟରେ କୌଣସି ପ୍ରକାର ହିଂସା ଘଟଣାରେ କେହି ମୃତାହତ ହୋଇନାହାଁନ୍ତି |
Powered by Froala Editor