ଚାଷ ଜମିରେ ଓହ୍ଲାଇଲା ବିମାନ : ୨ ଆହତ, ଫସଲ ନଷ୍ଟ

ରବିବାର ପୂର୍ବାହ୍ନ ପ୍ରାୟ ୯ଟାରେ କର୍ଣ୍ଣାଟକର କାଲାବୁରାଗିସ୍ଥିତ ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ ଏକ ପ୍ରଶିକ୍ଷଣ ବିମାନ ଜରୁରୀକାଳୀନ ଅବତରଣ କରିଛି। ଏହି ବିମାନରେ ଦୁଇଜଣ ମହିଳା ପାଇଲଟ ଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ ଯେ, ଦୁଇଜଣ ମହିଳା ପାଇଲଟ ଉକ୍ତ ବିମାନକୁ ଉଡାଇ ତାଲିମ ନେଉଥିବାବେଳେ ହଠାତ ବୈଷୟିକ ତ୍ରୁଟି ଦେଖାଦେଇଥିଲା। ବିମାନକୁ ତତକ୍ଷଣାତ ଅବତରଣ କରିବାକୁ ଆବଶ୍ୟକ ହେବାରୁ ପାଇଲଟ ଦୁଇଜଣ ଏଭଳି ପଦକ୍ଷେପ ନେଇଥିଲେ।
ତେବେ ବିମାନ ଅବତରଣ ବେଳେ ଉକ୍ତ ଜମି ନିକଟରେ ଥିବା ଦୁଇଜଣ ଲୋକ ସାମାନ୍ୟ ଆହତ ହୋଇଛନ୍ତି। ଯେଉଁ ସ୍ଥାନରେ ବିମାନ ଅବତରଣ ହେଲା ସେହି ଜମି ମଲିକାର୍ଜ୍ଜୁନ ଲାଲିଙ୍କର। ତାଙ୍କ ଜମିର ସାମାନ୍ୟ ଫସଲ ମଧ୍ୟ ନଷ୍ଟ ହୋଇଛି।
Powered by Froala Editor