୧୫ ଦିନରେ ହୁ ହୁ ବଢ଼ିଗଲା ଚାଉଳ, ଡାଲି ଦାମ୍
ଏଲ୍-ନିନୋ କାରଣରୁ ଦେଶରେ ଗ୍ରୀଷ୍ମ ପ୍ରବାହ ଢେର ଦିନ ଆଗକୁ ବଢିଗଲା । ଜୁନ ପ୍ରଥମ ସପ୍ତହରୁ ମୌସୁମୀ ଆସିବା କଥା । କିନ୍ତୁ ଏଲନିନୋ ପ୍ରଭାବରେ ମୌସୁମୀ ବି ପଛରେ ରହିଲା । ତେବେ ଏସବୁ ଭିତରେ ମୁଦ୍ରାସ୍ଫୀତି ପୁଣି ଉପରମୁହାଁ ହୋଇଛି। ଖାଉଟି ବଜାର ମହଙ୍ଗା ହୋଇଛି। ମାତ୍ର ଦୁଇ ସପ୍ତାହ ମଧ୍ୟରେ ଦେଶରେ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ୧୫% ବୃଦ୍ଧି ଦେଖିବାକୁ ମିଳିଛି।
ମୌସୁମୀର ପ୍ରମୁଖ ଫସଲ ଧାନ ଚାଷ ଏଥିଯୋଗୁ ବେଶ ପ୍ରଭାବିତ ହୋଇଛି। ଗତ ଦୁଇ ସପ୍ତାହ ମଧ୍ୟରେ ଚାଉଳ କିଲୋ ପିଛା ୩-୪ ଟଙ୍କା ବୃଦ୍ଧି ଘଟିଛି। ପୂର୍ବରୁ ୩୫ ଟଙ୍କା କିଲୋ ପିଛା ବିକ୍ରି ହେଉଥିବା ଊଷୁନା ଚାଉଳ ଏବେ କିଲୋ ପିଛା ୩୮ ଟଙ୍କାରେ ବିକ୍ରି ହେଉଛି। ସେହିପରି ୩୬ ଟଙ୍କା ବିକ୍ରି ହେଉଥିବା ଅରୁଆ ଚାଉଳ କିଲୋ ପିଛା ୪୦ ଟଙ୍କା ଛୁଇଁଛି। ବିଶେଷ କରି ଚାଉଳରୁ ଜାତ ଖାଦ୍ୟ ସାମଗ୍ରୀ ଯେପରିକି ଚୁଡା, ମୁଢ଼ି ଦର ବଢ଼ିଯାଇଛି।
ଏହି ସମୟରେ ଡାଲି ଦର ସବୁ ରେକର୍ଡ ଟପିଯାଇଛି। ୧୫ ଦିନ ତଳେ ଡାଲି କିଲୋ ପିଛା ୧୧୫ ଟଙ୍କା ରହିଥିବାବେଳେ ଏବେ ଏଥିରେ ୪୫ ଟଙ୍କା ବୃଦ୍ଧି ଘଟି ୧୬୦ ଟଙ୍କାରେ ପହଞ୍ଚିଛି। ମୌସୁମୀ ପ୍ରବାହରେ ବିଳମ୍ବ ବିଶେଷ କରି ଡାଲି ଫସଲକୁ ଅଧିକ କ୍ଷତି ପହଞ୍ଚାଇଛି।
Powered by Froala Editor