ବିରେଧୀ ଦଳ ବୈଠକରେ ଯୋଗ ଦେବନି ଟିଡିପି !

ନୂଆଦିଲ୍ଲୀ: ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି)୨୩ ଜୁନରେ ବିହାରରେ ହେବାକୁ ଥିବା ବିରୋଧୀ ଏକତା ବୈଠକରେ ଅଂଶଗ୍ରହଣ କରିବ ନାହିଁ । ସୂଚନା ଅନୁଯାୟୀ, ଟିଡିପି ଏପର୍ଯ୍ୟନ୍ତ ଏହି ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ ପାଇନାହାଁନ୍ତି ଏବଂ ନିମନ୍ତ୍ରଣ ପାଇଲେ ମଧ୍ୟ ବୈଠକରେ ଯୋଗଦେବା ମନୋଭାବରେ ନାହିଁ । ଅନ୍ୟପକ୍ଷରେ ତେଲେଙ୍ଗାନାର କେ ଚନ୍ଦ୍ରଶେଖର ରାଓଙ୍କ ଦଳ ବିଆରଏସ ମିଳିତ ବିରୋଧୀଙ୍କ ଧାରଣାକୁ ପ୍ରତ୍ୟାଖ୍ୟାନ କରିଛି । ଏଭଳି ପରିସ୍ଥିତିରେ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ମିଳିତ ବିରୋଧୀ ଦଳର ଏହି ବୈଠକରେ କିଏ ଅଂଶଗ୍ରହଣ କରିବେ ଏବଂ ନିଷ୍ପତ୍ତି କ’ଣ ହେବ ତାହା ଦେଖିବାକୁ ଆକର୍ଷଣୀୟ ହୋଇଛି । ଦିଲ୍ଲୀ ଏବଂ ପଞ୍ଜାବର ଶାସକ ଦଳ ଆପ ମଧ୍ୟ ଗୁରୁବାର (ଜୁନ୍ ୨୧) ରେ ଏହି ବୈଠକରେ ଯୋଗଦେବା ପାଇଁ ସର୍ତ୍ତ ରଖିଛି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିରୋଧୀଦଳର ନେତାମାନଙ୍କୁ ଚିଠି ଲେଖି ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଶାସନିକ ସେବା ନିୟନ୍ତ୍ରଣ ଉପରେ କେନ୍ଦ୍ରର ନିୟମାବଳୀ ଉପରେ ଆଲୋଚନା କରିବାକୁ ଏବଂ ଜୁନ୍ ୨୩ ରେ ହେବାକୁ ଥିବା ଅଣ-ବିଜେପି ଦଳର ବୈଠକରେ ଏହି ପ୍ରସଙ୍ଗରେ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଛନ୍ତି ।
ଯେତେବେଳେ ତେଜସ୍ୱୀ ଯାଦବଙ୍କୁ ଏହି ପ୍ରସଙ୍ଗରେ ଏକ ପ୍ରଶ୍ନ ପଚରାଯାଇଥିଲା, ସେ କହିଛନ୍ତି, ଏହା ବିରୋଧୀ ଦଳର ନେତାଙ୍କ ପ୍ରଥମ ବୈଠକ ନୁହେଁ କିମ୍ବା ଏହା ଶେଷ ହେବ ନାହିଁ । ଭିନ୍ନ ଭିନ୍ନ ମତ ଥିବା ନେତାମାନେ ଏକାଠି ହେବାକୁ ରାଜି ହୋଇଛନ୍ତି ଏବଂ ସମସ୍ତେ ପ୍ରସଙ୍ଗ ଉଠାଇବେ ଯାହାକୁ ସେମାନେ ଗମ୍ଭୀର ବୋଲି ବିବେଚନା କରିବେ ।
Powered by Froala Editor