ଦିଲ୍ଲୀରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ
ଦିଲ୍ଲୀରେ ଇଣ୍ଡିଗୋର ଏକ ବିମାନ ଜରୁରୀ ଅବତରଣ କରିଛି। ଇଞ୍ଜିନରେ ସମସ୍ୟା ହେତୁ ଜରୁରୀକାଳୀନ ଅବତରଣ କରିଛି ବିମାନ। ଦିଲ୍ଲୀ-ଡେରାଡୁନ୍ ବିମାନର ଇଞ୍ଜିନ ବିଫଳତା ହେତୁ ଦିଲ୍ଲୀର ଆଇଜି ବିମାନବନ୍ଦରରେ ଜରୁରୀ ଅବତରଣ କରିଥିବା ଜଣାପଡ଼ିଛି। ଏହି ଘଟଣା ପରେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସାମ୍ନାକୁ ଆସିଛି।
ଇଣ୍ଡିଗୋ ପକ୍ଷରୁ କୁହାଯାଇଛି, ଇଣ୍ଡିଗୋର ବିମାନ ବୁଧବାର ଦିଲ୍ଲୀରୁ ଉତ୍ତରାଖଣ୍ଡର ଡେରାଡୁନ୍ ଅଭିମୁଖେ ଯାତ୍ରା କରିଥିଲା। କିନ୍ତୁ କିଛି ସମୟ ପରେ ବିମାନଟି ପୁଣି ଦିଲ୍ଲୀର ଆଇଜି ବିମାନବନ୍ଦରକୁ ଫେରି ଆସିଥିଲା। ବୈଷୟିକ ତ୍ରୁଟି ଯୋଗୁ ବିମାନଟି ପୁଣି ଦିଲ୍ଲୀ ଫେରି ଆସିଥିଲା। ପାଇଲଟ ପ୍ରଥମେ ଏଟିସିଙ୍କୁ ସୂଚନା ଦେଇଥିଲେ। ତା’ପରେ ପାଇଲଟଙ୍କ ଅନୁରୋଧକ୍ରମେ ଆବଶ୍ୟକ ନିୟମକୁ ଅନୁକରଣ କରି ବିମାନଟିକୁ ଜରୁରୀ ଅବତରଣ ପାଇଁ ଅନୁମତି ଦିଆଯାଇଥିଲା। ବିମାନଟି ସୁରକ୍ଷିତ ଭାବେ ଦିଲ୍ଲୀରେ ଅବତରଣ କରିଥିଲା।
Powered by Froala Editor