ରାସ୍ତାରେ ଇଞ୍ଜିନିୟରଙ୍କୁ ଶକ୍ତ ଚଟ୍କଣା ଲଗାଇଲେ ବିଧାୟିକା
![ରାସ୍ତାରେ ଇଞ୍ଜିନିୟରଙ୍କୁ ଶକ୍ତ ଚଟ୍କଣା ଲଗାଇଲେ ବିଧାୟିକା](https://odishanewslens.com/news_gallery/22412_1687367195.jpg)
ସମସ୍ତଙ୍କ ସମ୍ମୁଖରେ ‘ନାଲାୟକ୍’ ଗାଳି ଦେଇ ମହାରାଷ୍ଟ୍ର ଥାନେ ଜିଲ୍ଲାର ଜଣେ ବିଧାୟିକା ଜଣେ ‘ସିଭିକ୍ ଇଞ୍ଜିନିୟର୍’ଙ୍କୁ ଚଟକଣା ମାରୁଥିବାର ଭିଡିଓ ଭାଇରାଲ୍ ହେଉଛି। ଏପରି ଘଟଣା ମୁମ୍ବାଇରେ ଘଟିଛି। ଭିଡିଓରେ ମାଡ଼ ମାରିଥିବା ବିଧାୟିକା ଜଣକ ହେଉଛନ୍ତି ଗୀତା ଜୈନ । ସେ ଜଣେ ସ୍ୱାଧୀନ ବିଧାୟକ ବୋଲି ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ‘ମୀରା ଭାୟନ୍ଦର ମୁନିସ୍ପାଲ୍ କର୍ପୋରେସନ୍’ର ୨ଜଣ ଇଞ୍ଜିନିୟର୍ ଜବରଦଖଲ ସ୍ଥାନରେ ଥିବା କେତୋଟି ଘର ଭାଙ୍ଗି ପକାଇଥିଲେ। ସେ ଘରେ ବାସ କରୁଥିବା ଲୋକେ ପିଲାଙ୍କୁ ଧରି ବର୍ତ୍ତମାନ ରାସ୍ତାରେ ରହୁଛନ୍ତି। ସେପଟେ, ଆଗକୁ ମୌସୁମୀ ବାୟୁ ପ୍ରବାହଜନିତ ବର୍ଷାଋତୁ ପାଖେଇ ଆସୁଛି। ଏ କଥା ଜାଣିବା ପରେ ଗୀତା ଜୈନ୍ ଉତ୍କ୍ଷିପ୍ତ ହୋଇଯାଇଥିଲେ। ସେମାନଙ୍କ ଘର କାହିଁକି ଭାଙ୍ଗିଲ ଏବଂ ସେ ସଂକ୍ରାନ୍ତରେ ଥିବା ସରକାରୀ ନିୟମାବଳି ଦେଖାଇବା ପାଇଁ କହିବା ସହିତ ୨ଜଣ ଇଞ୍ଜିନିୟର୍ଙ୍କୁ ଗାଳି ଦେବା ସହିତ ଜଣକୁ ଚାପୁଡ଼ା ମାରିଥିଲେ। ଏନେଇ ଥାନାରେ କୌଣସି ମାମଲା ହୋଇ ନ ଥିବା ଜଣାଯାଇଛି।
Powered by Froala Editor