ପତ୍ନୀଙ୍କ ଭରଣପୋଷଣ ପାଇଁ ୫୫ ହଜାର ଟଙ୍କାର କଏନ ଦେଲେ ଦଶରଥ

ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ଭରଣପୋଷଣ ବାବଦରେ ୫୫ ହଜାର ଟଙ୍କାର କଏନ ଦେଇଛନ୍ତି । ୭ଟି ବିଶାଳ ବାକ୍ସରେ ଥିବା ଏହି ମୁଦ୍ରାଗୁଡ଼ିକର ମୋଟ ଓଜନ ପ୍ରାୟ ୨୮୦ କେଜି ଏବଂ ଏହାର ମୂଲ୍ୟ ୧ ଟଙ୍କା, ୨ ଟଙ୍କା, ୫ ଟଙ୍କା ଏବଂ ୧୦ ଟଙ୍କା ରହିଛି। ଏ କଥା ଅଜବ ଲାଗୁଥିବାବେଳେ ପତ୍ନୀ ମଧ୍ୟ ରାଗି ଯାଇଛନ୍ତି । ଘଟଣାଟି ଜୟପୁରର ।
ଜୟପୁରର ଦଶରଥ କୁମାଓ୍ଵତ୍ ତାଙ୍କ ପତ୍ନୀଙ୍କୁ ଭରଣପୋଷଣ ଟଙ୍କା ନ ଦେବା ଅଭିଯୋଗରେ ଜେଲ୍ ଯାଇଥିଲେ। ପରେ ତାଙ୍କ ତରଫରୁ ଭରଣପୋଷଣ ବାବଦରେ ପରିବାର ଲୋକେ ୫୫ ହଜାର ଟଙ୍କା ମୂଲ୍ୟର ୨୮୦ କିଲୋ କଏନ୍ କୋର୍ଟରେ ଜମା କରିଛନ୍ତି।
ଦଶରଥଙ୍କ ସମ୍ପର୍କୀୟମାନେ ଜୟପୁର ଅତିରିକ୍ତ ଜିଲ୍ଲା ଜଜ୍ଙ୍କ କୋର୍ଟକୁ ୫୫ ହଜାର ଟଙ୍କାର କଏନ୍ ଭର୍ତ୍ତି ଥିବା ୭ଟି ବାକ୍ସ ଆଣିଥିଲେ। ଏହି କଏନଗୁଡ଼ିକ ୧ ଟଙ୍କା, ୨ଟଙ୍କା, ୫ ଟଙ୍କା ଓ ୧୦ ଟଙ୍କା ମୂଲ୍ୟର ଥିଲା। ଏହି ଘଟଣାରେ ବିଚାରପତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିନ୍ତୁ କଏନ୍ଗୁଡ଼ିକର ସୁରକ୍ଷିତ ସଂରକ୍ଷଣ ଓ ଗଣନା ସୁନିଶ୍ଚିତ କରିବାକୁ ବିଚାରପତି ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor