ଟାଇଟାନିକ୍ ଧ୍ୱଂସାବଶେଷ ଦେଖିବାକୁ ଯାଇଥିଲା ବୁଡାଜାହାଜ, ପତ୍ତା ମିଳୁନି

ଆଟଲାଣ୍ଟିକ୍ ମହାସାଗରର ଗଭୀର ତଳକୁ ଯାଇଥିଲା ଏକ ୫ ଜଣିଆ ବୁଡାଜାହାଜ । ଟାଇଟାନିକ ଧ୍ୱଂସାବଶେଷ ଦେଖାଇବାକୁ ପର୍ଯ୍ୟଟକଙ୍କୁ ନେଇ ଯାଇଥିଲା ଏହି ଜାହାଜ । ହେଲେ ଦୁଃଖଦ ଘଟଣା ଯେ, ବୁଡାଜାହାଜର କୌଣସି ପତ୍ତା ମିଳୁନି । ବୁଡ଼ାଜାହାଜକୁ ଠାବ କରିବା ପାଇଁ ଅନୁସନ୍ଧାନ ଜାରି ରହିଛି।
ବୋଷ୍ଟନରେ ଥିବା ଆମେରିକାର କୋଷ୍ଟଗାର୍ଡ କହିଛି ଯେ କାନାଡାର ଅନୁସନ୍ଧାନ ଜାହାଜ ପୋଲାର ପ୍ରିନ୍ସରୁ ଲଞ୍ଚ ହେବାର କିଛି ସମୟ ପରେ ଅଦୃଶ୍ୟ ହୋଇଯାଇଛି। ୫ ଜଣ କର୍ମଚାରୀଙ୍କୁ ନେଇ ଯାଇଥିବା ବୁଡ଼ାଜାହାଜ ରବିବାର ସକାଳେ ନିଖୋଜ ହୋଇଥିଲା ଏବଂ ୧ ଘଣ୍ଟା ୪୫ ମିନିଟ୍ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଥିଲା। ନିଖୋଜ ଥିବା ବୁଡ଼ାଜାହାଜକୁ ଠାବ କରିବା ଲାଗି ଦକ୍ଷିଣ ପୂର୍ବ କାନାଡା ଉପକୂଳରେ ଖୋଜାଖୋଜି ଜାରି ରହିଛି।
ଯୁକ୍ତରାଷ୍ଟ୍ରର ପ୍ରଥମ କୋଷ୍ଟଗାର୍ଡ ରିୟର ଆଡମିରାଲ କହିଛନ୍ତି ଜାହାଜରେ ୭୦ରୁ ୯୬ ଘଣ୍ଟା ପର୍ଯ୍ୟନ୍ତ ଅମ୍ଳଜାନ ଉପଲବ୍ଧ ଅଛି। ମାସାଚୁସେଟ୍ସର କେପ କୋଡ୍ ଠାରୁ ପ୍ରାୟ ୯୦୦ ମାଇଲ ଦୂରରେ ବାୟୁସେନାର ଜାହାଜ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ଏହି ଜାହାଜ ବୁଡ଼ାଜାହାଜ ଚିହ୍ନଟ କରିବାରେ ସକ୍ଷମ। ବୁଡ଼ାଜାହାଜରେ ଯାଇଥିବା ସଦସ୍ୟମାନଙ୍କୁ ନିରାପଦରେ ଫେରାଇ ଆଣିବା ପାଇଁ ଏହା ସମସ୍ତ ବିକଳ୍ପ ଅନୁସନ୍ଧାନ କରୁଛି।
Powered by Froala Editor