୩୦୩ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଷଷ୍ଠ ରୋଜଗାର ମେଳାରେ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶ ସାରା ୪୩ଟି ସ୍ଥାନରେ ଦ୍ଵାରା ଆୟୋଜିତ ହୋଇଛି ରୋଜଗାର ମେଳା । ଭିଡିଓ କନଫରନେସିଂ ଜରିଆରେ ମୋଟ ୭୦ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଓଡ଼ିଶାରେ ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୩୦୩ ଜଣ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଭୁବନେଶ୍ୱର ରେଳ ଅଡିଟୋରିୟମରେ ଆୟୋଜିତ ହୋଇଛି ରୋଜଗାର ମେଳା । ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ବିଦ୍ୟାଳୟ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ପରମାଣୁ ଶକ୍ତି ବିଭାଗ, ରେଳ ମନ୍ତ୍ରଣାଳୟ, ଅଡିଟ୍ ଏବଂ ଆକାଉଣ୍ଟସ୍ ବିଭାଗ ଏବଂ ଗୃହ ମନ୍ତ୍ରଣାଳୟ ଇତ୍ୟାଦି ସମେତ ବିଭିନ୍ନ ବିଭାଗରେ ସରକାରୀ ସ୍ତରରେ ନିଯୁକ୍ତି ଦିଆଯାଉଛି ।
ନୂତନ ଭାବେ ନିଯୁକ୍ତ ବ୍ୟକ୍ତିମାନେ ମଧ୍ୟ ଆଇଜିଓଟି କର୍ମଯୋଗୀ ପୋର୍ଟାଲରେ ଥିବା ଏକ ଅନଲାଇନ୍ ମୋଡ୍ୟୁଲ୍ ‘କର୍ମଯୋଗୀ ପ୍ରାରମ୍ଭ’ ମାଧ୍ୟମରେ ନିଜକୁ ପ୍ରଶିକ୍ଷିତ କରିବାର ସୁଯୋଗ ପାଇଛନ୍ତି । ଯେଉଁଥିରେ ୪୦୦ରୁ ଅଧିକ ଇ- ଲର୍ନିଂ ପାଠ୍ୟକ୍ରମ ‘ଯେକୌଣସି ସ୍ଥାନରେ ଏବଂ କୌଣସି ଉପକରଣ’ ଶିକ୍ଷଣ ଫର୍ମାଟ୍ ପାଇଁ ଉପଲବ୍ଧ ହୋଇଛି ।
Powered by Froala Editor