୧୦୦ରୁ ଅଧିକ ସ୍ଥାନରେ ଏନଆଇଏର ଚଢାଉ
ନୂଆଦିଲ୍ଲୀ: ଆତଙ୍କୀ, ନିଶା କାରବାର, ସ୍ମଗଲିଂ, ଗ୍ୟାଙ୍ଗଷ୍ଟର ଲିଙ୍କ ନେଇ ଏନଆଇଏର ଦୃଢ କାର୍ୟ୍ୟାନୁଷ୍ଠାନ । ଦେଶର ୬ଟି ରାଜ୍ୟର ୧୦୦ରୁ ଅଧିକ ସ୍ଥାନରେ ଚଢାଉ ଚାଲିଛି । ହରିଆଣା, ଉତରାଖଣ୍ଡ, ପଞ୍ଜାବ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଚଢାଉ ଚାଲିଛି । ରାଜ୍ୟ ପୁଲିସ ସହାୟତାରେ ସକାଳୁ ସକାଳୁ ଚଢାଉ ଜାରି ରଖିଛି ରଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି । ଦେଶରେ ବଢୁଥିବା ଆତଙ୍କୀ, ଡ୍ରଗ୍ସ କାରବାର ଏବଂ ଗ୍ୟାଙ୍ଗଷ୍ଟର ନେଟୱର୍କକୁ ବିନାଶ କରିବା ହେଉଛି ଏନଆଇଏର ଉଦ୍ଦେଶ୍ୟ ।
Powered by Froala Editor