ବିଧାୟକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ବଡ ଉପହାର, ଜାଣନ୍ତୁ କ’ଣ ?
ଚେନ୍ନାଇ: ତାମିଲନାଡୁ ବିଧାୟକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ବଡ ଉପହାର। ସମସ୍ତ ବିଧାୟକଙ୍କୁ ନୂତନ ସରକାରୀ କାର ସହ ଜଣେ ଲେଖାଏଁ ଡ୍ରାଇଭର ଯୋଗାଇ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଘୋଷଣା କରିଛନ୍ତି । ତାହା ସହ କାରର ଭରଣପୋଷଣ ପାଇଁ ପ୍ରତିମାସ ୭୫,୦୦୦ଟଙ୍କା ସହ ଜଣେ ଅଫିସ ସହାୟକଙ୍କ ପାଇଁ ଅତିରିକ୍ତ ୨୫,୦୦୦ଟଙ୍କା ଦିଆଯିବ। ସ୍ୱାସ୍ଥ୍ୟ ବୀମା ଯୋଜନାରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଜୟ ବଡ଼ ଘୋଷଣା କରିଛନ୍ତି। ବାର୍ଷିକ ଚିକିତ୍ସା ବୀମା କଭରେଜକୁ ୫ ଲକ୍ଷରୁ ବଢ଼ାଇ୨୫ ଲକ୍ଷ କରିଛନ୍ତି। ଫଳରେ ହିତାଧିକାରୀମାନେ ପୂର୍ବ ତୁଳନାରେ ପାଞ୍ଚ ଗୁଣା ଅଧିକ ବୀମା ସୁବିଧା ପାଇପାରିବେ।
Powered by Froala Editor