ଗୁରୁବାର ଶପଥ ନେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ
ଗୁରୁବାର ଦିନ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ଶପଥ ଗ୍ରହଣ କରିବେ। କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେବ ତାହା ସ୍ପଷ୍ଟ କରି ନ ଥିଲେ ମଧ୍ୟ ଗୁରୁବାର ଶପଥ ଗ୍ରହଣ ସମାରୋହ ହେବ ବୋଲି ସୂଚନା ମିଳିଛି। କାର୍ଯ୍ୟକ୍ରମରେ ଗାନ୍ଧୀ ପରିବାର ସହ ଜାତୀୟ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଯୋଗଦେବେ। ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କଂଗ୍ରେସ ସମଭାବାପନ୍ନ ଦଳକୁ ନିମନ୍ତ୍ରଣ ପଠାଇଥିବା କୁହାଯାଉଛି।
ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କଂଗ୍ରେସ ୩ ଜଣିଆ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିଛି। କଂଗ୍ରେସ ନିଯୁକ୍ତ କରିଥିବା ତିନିଜଣ ପର୍ଯ୍ୟବେକ୍ଷକ ହେଉଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ, ପୂର୍ବତନ ସାଧାରଣ ସମ୍ପାଦକ ଦୀପକ ବାୱରିଆ ଏବଂ ବର୍ତ୍ତମାନର ସାଧାରଣ ସମ୍ପାଦକ ଭୱର ଜିତେନ୍ଦ୍ର ସିଂ। ଏ ନେଇ କଂଗ୍ରେସ ପକ୍ଷରୁ ବେଙ୍ଗାଲୁରୁରେ ନବନିର୍ବାଚିତ ବିଧାୟକଙ୍କ ଏକ ବୈଠକ ଡକାଯାଇଛି। ଏଥିରେ ବିଧାୟକ ଦଳର ନେତା ଚୟନ ହୋଇପାରେ ବୋଲି ସୂଚନା ମିଳିଛି।
Powered by Froala Editor