ଏଣିକି ବିଭାଗୀୟ ସଚିବଙ୍କ ବିନା ଅନୁମତିରେ ଲୋକସେବା ଭବନକୁ ଆସିପାରିବେନି କୌଣସି ପାସ୍ଧାରୀ
ଭୁବନେଶ୍ବର : ଲୋକସେବା ଭବନରେ କାର୍ୟ୍ୟରତ କିଛି ଯୁବ ଅଧିକାରୀ ଛୁଟି ଦିନରେ ଅଫିସ୍ ନାଁରେ ଆସି ବିଭିନ୍ନ ଅନିଚ୍ଛାକୃତ କାର୍ୟ୍ୟ କରୁଛନ୍ତି। ଯାହା ସର୍ଭେଲାନ୍ସ ଟିମ୍ ନଜରକୁ ଆସିଛି। ଯୁବ ଅଧିକାରୀମାନଙ୍କ କଳା କାରନାମା ସିକ୍ୟୁରିଟି ଅଧିକାରୀ ଧରିବା ପରେ ସେମାନଙ୍କ ନାଁରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଏହାପରେ ଗୃହ ବିଭାଗ ପକ୍ଷରୁ ଛୁଟି ଦିନରେ ପାସ୍ଧାରୀ କର୍ମଚାରୀଙ୍କ ଯାତାୟତ ଉପରେ କଟକଣା ଲାଗିଛି।
ଏଣିକି ବିଭାଗୀୟ ସଚିବଙ୍କ ବିନା ଅନୁମତିପତ୍ରରେ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନକୁ କୌଣସି ପାସ୍ଧାରୀ ଆସିପାରିବେନି ବୋଲି ଗୃହ ବିଭାଗ ପକ୍ଷରୁ କୁହାଯାଇଛି। ଗୃହ ବିଭାଗର ସ୍ବତନ୍ତ୍ର ସଚିବ ପି.ସି ପ୍ରଧାନ ସମସ୍ତ ସଚିବ, ସ୍ବତନ୍ତ୍ର ସଚିବଙ୍କୁ ଚିଠି ଲେଖି ଏନେଇ ଅବଗତ କରିଛନ୍ତି। ଏହାସହ କହିଛନ୍ତି ଯେ ରବିବାର ଏବଂ ଅନ୍ୟ ଛୁଟି ଦିନରେ କୌଣସି କର୍ମଚାରୀଙ୍କର କାମ ଥିଲେ ସେମାନେ ଏନେଇ ଲିଖିତ ଭାବେ ଜଣାଇବେ।
Powered by Froala Editor