୪୮ ବର୍ଷୀୟ ଶିକ୍ଷୟିତ୍ରୀଙ୍କୁ ପ୍ରେମ କରି ବସିଲେ ୨୨ ବର୍ଷର ଛାତ୍ର, ତାପରେ କ’ଣ ହେଲା ଜାଣନ୍ତୁ...

ଥରେ ପ୍ରେମ ହୋଇଗଲେ କୁଆଡେ ମଣିଷ ଅନ୍ଧ ହୋଇଯାଏ । ବୟସ କି ଜାତି କିଛି ବାଧା ଜଣାପଡେନି । ସେଭଳି ପ୍ରେମର ଉଦାହରଣ ହୋଇଛନ୍ତି ମାଲେସିଆର ଏହି ଦମ୍ପତି । ମାଲେସିଆର ନ୍ୟୁଜ୍ ୱେବସାଇଟ୍ ନ୍ୟୁ ଷ୍ଟ୍ରେଟ୍ସ ଟାଇମ୍ସ ଅନୁଯାୟୀ ଯୁବକଙ୍କ ନାଁ ମହମ୍ମଦ ଡାନିଏଲ ଅହମ୍ମଦ ଅଲି ହୋଇଥିବା ବେଳେ ତାଙ୍କ ପତ୍ନୀଙ୍କ ନାଁ ହେଉଛି ଜମିଲା ମହମ୍ମଦ।
୨୦୧୬ମସିହାରେ, ଯେତେବେଳେ ଡାନିଏଲ୍ ହାଇସ୍କୁଲରେ ପଢ଼ୁଥିଲେ, ଜମିଲା ତାଙ୍କର ଶିକ୍ଷୟତ୍ରୀ ଥିଲେ। ଏବେ ଜାମିଲାଙ୍କୁ ୪୮ ବର୍ଷ ହୋଇଥିବାବେଳେ ଡାନିଏଲଙ୍କୁ ମାତ୍ର ୨୨ ବର୍ଷ । ଉଭୟଙ୍କ ଭିତରେ ପ୍ରାୟ ୨୬ ବର୍ଷର ଫରକ । ଦିନ ବିତିବା ସହ ଡାନିଏଲ ଓ ଜମିଲାଙ୍କ ମଧ୍ୟରେ କଥାବାର୍ତ୍ତା ବଢ଼ିବା ଆରମ୍ଭ ହେଲା। ଦୁହେଁ କେବଳ ସ୍କୁଲରେ ଦେଖା ହୋଇ କଥା ହେଉଥିବା ବେଳେ ଦିନେ ଡାନିଏଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଜମିଲା ତାଙ୍କୁ ମେସେଜ କରିଥିଲେ। ଏହା ପରଠାରୁ ଦୁହେଁ ମେସେଜରେ କଥା ହେବା ଆରମ୍ଭ କରିଥିଲେ। କିଛି ଦିନ କଥା ହେବା ପରେ ଜମିଲାଙ୍କୁ ଭଲପାଉଥିବା କହିଥିଲେ ଡାନିଏଲ। ହେଲେ ବୟସରେ ସାନ ଥିବାରୁ ଜମିଲା ଡାନିଏଲଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ।
ହେଲେ ଡାନିଏଲ ଜମିଲାଙ୍କ ଘରକୁ ଯାଇ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ନିଜ ପାଇଁ ଡାନିଏଲଙ୍କ ମନରେ ଏତେ ଭଲପାଇବା ଦେଖି ଶେଷରେ ଜମିଲା ମଧ୍ୟ ଡାନିଏଲଙ୍କୁ ଭଲପାଉଥିବା ସ୍ବୀକାର କରିଥିଲେ। ଏହା ପରେ ଦୁହେଁ ପରିବାରର ଅନୁମତି ନେଇ ବିବାହ କରିଥିବା ଜଣାପଡ଼ିଛି।
Powered by Froala Editor