ସନାତନ ମହାକୁଡ଼ଙ୍କ ପୈତୃକ ବାସଭବନରେ ଜାରି ରହିଛି ଆୟକର ବିଭାଗର ଚଢ଼ାଉ

ବଡବିଲ: ପୂର୍ବତନ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ପୈତୃକ ଘର ନମ୍ବିରା ସ୍ଥିତ ବାସଭବନରେ ଶୁକ୍ରବାର ମଧ୍ୟ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । ସନାତନ ଆୟକର ଫାଙ୍କିବା ନେଇ ଏହି ଚଢାଉ କରାଯାଇଛି । ସନାତନଙ୍କ ବିଭିନ୍ନ ସମ୍ପତ୍ତି, ବ୍ୟାଙ୍କ ଆକାଉଣ୍ଟ, କମ୍ପ୍ୟୁଟର ହାର୍ଡ ଡିସ୍କ ଇତ୍ୟାଦିକୁ ଯାଞ୍ଚ କରିବା ସହ ବ୍ୟବସାୟର ତମାମ ହିସାବ କିତାବକୁ ତନ୍ନ ତନ୍ନ କରି ତଦାରଖ କରାଯାଉଛି । ଚଢ଼ାଉରେ ଆଇଟି ଏକ୍ସପର୍ଟଙ୍କ ସମେତ ୧୦ରୁ ଅଧିକ ବିଭାଗୀୟ ଅଧିକାରୀ ସାମିଲ ରହିଛନ୍ତି ।
ତେବେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଭୁବନେଶ୍ୱର ସମେତ କେନ୍ଦୁଝର, ନମ୍ବିରା ଓ ଉଚ୍ଚବାଲିରେ ଏକକାଳୀନ ଚଢ଼ାଉ ଆରମ୍ଭ ହୋଇଥିଲା । ଚଢ଼ାଉ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭିତରକୁ ଯିବାପାଇଁ ଅନୁମତି ଦିଆଯାଉନାହିଁ କିମ୍ବା ଚଢ଼ାଉ ସମ୍ପର୍କରେ କୌଣସି ସୂଚନା ଦେଉନାହାନ୍ତି ଆୟକର ଅଧିକାରୀ ।
Powered by Froala Editor