ଏକାଥରକେ ନିଯୁକ୍ତି ପାଇବେ ୧୧୮୧ ଡାକ୍ତର

ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାକୁ ସୁଦୁଢ଼ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଏକାଥରକେ ୧୧୮୧ ଡାକ୍ତର ନିଯୁକ୍ତି ନେଇ ପଦକ୍ଷେପ ନେଇଛନ୍ତି । ରାଜ୍ୟବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ପ୍ରତ୍ୟେକ ବର୍ଷ ଓଡ଼ିଶା ଲୋକସେବା ଆୟୋଗଙ୍କ ଦ୍ୱାରା ଡାକ୍ତର ଚୟନ ପ୍ରକ୍ରିୟା କରାଯାଉଅଛି ।
ଏ ସଂକ୍ରାନ୍ତରେ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟ ସେବା (ଓଏମ୍ଏଚ୍ଏସ୍) କ୍ୟାଡରରେ ୧୧୮୧ ଏଲୋପ୍ୟାଥିକ ଡାକ୍ତରଙ୍କୁ ଏନ୍ଆଇସି ଭୁବନେଶ୍ୱର ଦ୍ୱାରା ଅନ୍ଲାଇନ୍ କାଉନ୍ସେଲିଂରେ ସ୍ଥିର ହୋଇଛି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ଡାକ୍ତରଙ୍କ ନିଯୁକ୍ତି ପାଇଁ ଆଦେଶ ପ୍ରଦାନ କରିଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
Powered by Froala Editor