ଫାଟିଲା ୩ ଗ୍ୟାସ୍ ସିଲିଣ୍ଡର, ଜଳିଗଲା ଝିଅ ବାହାଘରର ୫ ଲକ୍ଷ ଟଙ୍କା ଓ ଗହଣା
ରାଜସ୍ଥାନର ବାଡମେର ଜିଲ୍ଲାର ନେତରାଡ଼ ଗାଁରୁ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଦୁଇଝିଅଙ୍କ ବିବାହ ପାଇଁ ପ୍ରସ୍ତୁତି ଚାଲିଥିଲା ବେଳେ ତିନିଟି ଗ୍ୟାସ ବିସ୍ଫୋରଣ ହୋଇଥିଲା। ଏହି ନିଆଁରେ ସମଗ୍ର ଘର ଜଳି ପାଉଁଶ ହୋଇ ଯାଇଥିବା ୪ ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣ ମହିଳା ଅଛନ୍ତି।
ସୌଭାଗ୍ୟବଶତଃ ଏହି ବିସ୍ଫୋରଣରେ କେହି ମୃତାହତ ହୋଇନାହାନ୍ତି। ଆହତ ହୋଇଥିବା ତିନିଜଣଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ନେତରାଡ଼ ଗାଁର ଜଣେ ବ୍ୟକ୍ତିଙ୍କ ୨ ଝିଅଙ୍କ ବିବାହ ମଇ ୧୩ ତାରିଖରେ ହେବାର ଥିଲା। ଏଥିନିମନ୍ତେ ଘରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ବିବାହ ପାଇଁ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଜମିଥିଲା।
ହସଖୁସିରେ ଘର ଫାଟି ପଡ଼ୁଥିଲା। ବିବାହ ପାଇଁ ସମସ୍ତେ ପ୍ରସ୍ତୁତି ହେଉଥିଲେ। ବନ୍ଧୁବାନ୍ଧବଙ୍କ ଖିଆପିଆ ପାଇଁ ରୋଷେଇ ଚାଲିଥିଲା। ହେଲେ ରୋଷେଇ ଚାଲିଥିବା ବେଳେ ହଠାତ୍ ଏକ ସିଲିଣ୍ଡର ଫାଟିଥିଲା। ଏହାପରେ ଘରେ ଥିବା ଆଉ ୨ ସିଲିଣ୍ଡର ବି ଫାଟି ନିଆଁ ଲାଗି ଯାଇଥିଲା। ଏହି ନିଆଁ ବ୍ୟାପି ନିମିଷେକ ମଧ୍ୟରେ ସମଗ୍ର ଘର ଜଳି ଉଠିଥିଲା। ଘରେ ଥିବା ଲୋକେ ଜୀବନ ବିକଳରେ ବାହାରକୁ ପଳାଇ ଆସିଥିବା ବେଳେ ୩ ମହିଳାଙ୍କ ସମେତ ୪ ଜଣ ଗୁରୁରତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘରେ ବିବାହ ନିମନ୍ତେ ଥିବା ପ୍ରାୟ ୫ ଲକ୍ଷ ଟଙ୍କା ସୁନା ଅଳଙ୍କାର ସମେତ ଅନ୍ୟାନ୍ୟ ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି।
Powered by Froala Editor