ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ରେଡ
ଭୁବନେଶ୍ୱର: ଚମ୍ପୁଆର ପୂର୍ବତନ ପ୍ରଭାବଶାଳୀ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ରେଡ କରାଯାଇଥିବା ଜଣାଯାଇଛି । ଭୁବନେଶ୍ୱର, କେନ୍ଦୁଝର ଓ ଯୋଡ଼ାରେ ଏକକାଳୀନ ରେଡ କରାଯାଇଛି । ଆୟକର ବିଭାଗ ପକ୍ଷରୁ ମୋଟ ୧୦ଟି ସ୍ଥାନରେ ରେଡ କରାଯାଇଛି । କେନ୍ଦୁଝରରେ ୩ଟି ସ୍ଥାନରେ ରେଡ କରାଯାଇଥିବାବେଳେ ଭୁବନେଶ୍ୱରରେ ସରକାରୀ ବାସଭବନ ସହ ଦୁଇଟି ସ୍ଥାନରେ ରେଡ କରାଯାଇଛି ।
Powered by Froala Editor