ଝାରସୁଗୁଡ଼ା ଭୋଟ: ସକାଳ ୧୧ଟା ସୁଦ୍ଧା ୨୦.୩୮% ମତଦାନ
ଭୁବନେଶ୍ୱର:ଝାରସୁଗୁଡ଼ା ଉପନିର୍ବାଚନରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି । ତେବେ ସକାଳ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ହୋଇଛି । ଏନେଇ ଆୟୋଜିତ ଏକ ସାମ୍ବାଦିକ ମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସକାଳ ୯ଟା ସୁଦ୍ଧା୯.୭୫% ମତଦାନ ହୋଇଥିଲା ।
ଆଜି ଭୋଟ୍ ଦେଉଛି ଝାରସୁଗୁଡା। ଉପନିର୍ବାଚନରେ ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଥିବା ବେଳେ ସବୁ ବୁଥରେ ଲାଗିଛି ସିସିଟିଭି। ସମ୍ବେଦନଶୀଳ ବୁଥରେ ଅଧିକ ଫୋର୍ସ ମୁତୟନ କରାଯାଇଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ। ମୋଟ ୨୫୩ ବୁଥରେ କଡା ସୁରକ୍ଷା ମଧ୍ୟରେ ପୋଲିଂ। ଏହି ଉପନିର୍ବାଚନ ପାଇଁ ୨୬ଟି ପିଙ୍କ୍ ବୁଥରେ ମହିଳା କର୍ମଚାରୀ ନିୟୋଜିତ ହୋଇଛନ୍ତି। ମୋଟ ୧୦୧୨ ପୁଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି। ୧୧୬ ସମ୍ବେଦନଶୀଳ ବୁଥ ଥିବାବେଳେ ସମସ୍ତ ବୁଥରେ ହେଉଛି ୱେବକାଷ୍ଟିଂ । ଏହି ଉପନିର୍ବାଚନରେ ୧ ଲକ୍ଷ ୧୦ ହଜାର ୬୧୯ ପୁରୁଷ, ୧ ଲକ୍ଷ ୧୧ ହଜାର ୩୭ ମହିଳା ଏବଂ ୬୩ ଜଣ କିନ୍ନର ଭୋଟର ଭୋଟ ଦେବେ। ଆଇନଶୃଙ୍ଖଳା ରକ୍ଷା ପାଇଁ ମୋଟ ୧୮୧୪ ପୁଲିସ ଏବଂ ୭ ପ୍ଲାଟୁନ୍ କେନ୍ଦ୍ରୀୟ ପୁଲିସ ଫୋର୍ସ (ସିଆରପିଏଫ)ଙ୍କୁ ନିୟୋଜିତ କରାଯାଇଛି। ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି, କଂଗ୍ରେସ ସହ ମୋଟ୍ ୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କ ମଧ୍ୟରେ ଟକ୍କର ହେଉଛି ।
Powered by Froala Editor