ଆଜି ଅବପାତ ନେବ ବାତ୍ୟାର ରୂପ

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ । ଘନୀଭୂତ ହୋଇ ୧୧ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ । ୧୧ ତାରିଖ ମଧ୍ୟରାତ୍ର ସୁଦ୍ଧା ଅତିଭୀଷଣ ବାତ୍ୟାର ରୂପ ନେବ । ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ରିକର୍ଭ କରି ଗତି କରିବ । ଉତ୍ତର-ପଶ୍ଚିମ ଦିଗରେ ବାଂଲାଦେଶ ଓ ମିଆଁମାର ମୁହାଁ ହେବ । ୧୪ ତାରିଖ ପୂର୍ବାହ୍ଣରେ କୋକ୍ସବଜାର ଓ କୃାଉକିପିୟୁ ଠାରେ ବାତ୍ୟା ଉପକୂଳ ଛଇଁବ । ଏହି ସମୟରେ ଉପକୂଳରେ ପବନର ବେଗ ୧୧୦ରୁ ୧୨୦ କିମି ସମ୍ଭାବନା ରହିଛି । ତେବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ଆଇଏମଡି ପୂର୍ବରୁ ସ୍ପଷ୍ଟ କରିଛି ।
Powered by Froala Editor