ଶ୍ରଦ୍ଧା ହତ୍ୟା ମାମଲା : ଅଫତାବ ନାଁରେ ୬ ହଜାର ୬୨୯ ଫର୍ଦ୍ଦର ଚାର୍ଜସିଟ୍
ଲିଭ-ଇନ୍ ପାର୍ଟନର୍ ଶ୍ରଦ୍ଧା ୱାଲକରଙ୍କୁ ହତ୍ୟା କରିବା ଅଭିଯୋଗରେ ଦିଲ୍ଲୀର ସାକେତ କୋର୍ଟ ମଙ୍ଗଳବାର ଅଫ୍ତାବ ପୁନାୱାଲା ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି। ଲିଭ୍-ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଅଫତାବ ଫୋପାଡ଼ିଥିଲା । ହତ୍ୟା ଓ ପ୍ରମାଣ ନଷ୍ଟ କରିବା ନେଇ ଅଫତାବ ନାଁରେ ମାମଲା ଦାୟର କରିଥିଲା ଦିଲ୍ଲୀ ପୋଲିସ । ମାମଲା ନେଇ ପୋଲିସ ଦାଖଲ କରିଥିବା ପ୍ରମାଣ ଅନୁଧ୍ୟାନ କରିବା ପରେ ଚାର୍ଜଫ୍ରେମ୍ କରିଛନ୍ତି କୋର୍ଟ ।
ଦିଲ୍ଲୀ ପୁଲିସ ଭାରତୀୟ ଦଣ୍ଡବିଧି ଅଧିନରେ ପୁନାୱାଲାକୁ ବୁକ୍ କରିଥିବା ବେଳେ ଏବେ ଅଦାଲତରେ ଏହା ବିଚାର ହେବ। ପୁନାୱାଲା କିନ୍ତୁ ଏହି ଅଭିଯୋଗକୁ ଅସ୍ୱୀକାର କରିଛି। ତେବେ ଶ୍ରଦ୍ଧାକୁ ହତ୍ୟା କରିନାହିଁ ବୋଲି କହିବା ସହ ବିଚାରକୁ ସାମ୍ନା କରିବ ବୋଲି ତା’ର ମତ ରଖିଛି। ଦିଲ୍ଲୀ ପୋଲିସ ଏହି ମାମଲାରେ ୬ ହଜାର ୬୨୯ ଫର୍ଦ୍ଦର ଚାର୍ଜସିଟ୍ ଦାଖଲ କରିଛି । ମାମଲାର ଫାଷ୍ଟଟ୍ରାକ୍ ଶୁଣାଣି ପାଇଁ ଗତମାସରେ ଶ୍ରଦ୍ଧାଙ୍କ ବାପା ବିକାଶ ଓ୍ବାକର ଦାବି କରିଥିଲେ।
Powered by Froala Editor