ଆଇଏଏସ୍ ଅଫିସରଙ୍କୁ ବିବାହ କରିବେ ହରିୟାଣାର ସବୁଠୁ କନିଷ୍ଠ ବିଧାୟକ

ହରିୟାଣାର କନିଷ୍ଠ ବିଧାୟକ ଭବ୍ୟ ବିଷ୍ଣୋଇ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ଭବ୍ୟ ବିଷ୍ଣୋଇ ଓ ୨୦୨୦ ବ୍ୟାଚର ଆଇଏଏସ ଅଧିକାରୀ ପରୀ ବିଷ୍ଣୋଇଙ୍କ ନିର୍ବନ୍ଧ ସରିଥିବାବେଳେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଗତ ମଙ୍ଗଳବାର ରାଜସ୍ଥାନର ବିକାନିରରେ ଉଭୟଙ୍କ ନିର୍ବନ୍ଧ ସମାପନ ହୋଇଥିଲା।
ପରୀ ବିଷ୍ଣୋଇଙ୍କ ମା ଜିଆରପି ପୁଲିସ ଅଧିକାରୀ ହୋଇଥିବାବେଳେ ତାଙ୍କ ପିତା ବୃତ୍ତିରେ ଜଣେ ଆଇନଜୀବୀ। ପରୀ ଅଜମେରର ସେଣ୍ଟ ମେରି କନଭେଣ୍ଟ ସ୍କୁଲରେ ଶିକ୍ଷା ସମାପ୍ତ କରିଥିବାବେଳେ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ କଲେଜରୁ ସ୍ନାତକୋତ୍ତର ଡିଗ୍ରୀ ସମାପ୍ତ କରିଥିଲେ । ଏହାପରେ ସେ ତିନିଥର ଚେଷ୍ଟା ପରେ ସେ ୟୁପିଏସସିରେ ସଫଳତା ପାଇଥିଲେ । ପରୀଙ୍କୁ ସିକିମ କ୍ୟାଡର ମିଳିଥିବାବେଳେ ଏବେ ସେ ଗାଙ୍ଗଟକରେ ଚାକିରି କରୁଛନ୍ତି ।
ଅନ୍ୟପଟେ ଭବ୍ୟଙ୍କୁ ନେଇ ହରିୟାଣାରେ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । ରାଜନୀତି ଅପେକ୍ଷା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଭବ୍ୟ ବିଷ୍ଣୋଇ ନିଜେ ସୋସିଆଲ ମିଡିଆରେ ନିର୍ବନ୍ଧର ଫଟୋ ସେୟାର କରିଥିଲେ।
Powered by Froala Editor