୭୦ ବର୍ଷ ପରେ ରାଜ୍ୟାଭିଷେକ : ସିଂହାସନ ଆରୋହଣ କଲେ ରାଜା ତୃତୀୟ ଚାର୍ଲସ

ଲଣ୍ଡନର ରାଜା ଚାର୍ଲସ ୩ୟଙ୍କ ରାଜ୍ୟାଭିଷେକ ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି । ଦୀର୍ଘ ୭୦ ବର୍ଷ ପରେ କିଙ୍ଗ ଚାର୍ଲସ ତୃତୀୟଙ୍କର ଶନିବାର ସନ୍ଧ୍ୟାରେ ବ୍ରିଟେନର ମହାରାଜା ରୂପରେ ରାଜ୍ୟାଭିଷେକ ହୋଇଛି । ଗତବର୍ଷ ମହାରାଣୀ ଏଲିଜାବେଥଙ୍କ ପରଲୋକ ପରେ ପରମ୍ପରା ଅନୁଯାୟୀ ସିଂହାସନ ଆରୋହଣ କରିଛନ୍ତି ଚାର୍ଲସ । ଶେଷ ଥର ଲାଗି 1953ରେ ମହାରାଣୀଙ୍କ ରାଜାଭିଷେକ ଅନୁଷ୍ଠିତ ହୋଇଥିଲା । ଏହାପରେ ଔପଚାରିକ ଭାବେ ରାଜା ଚାର୍ଲସ ୩ୟଙ୍କ ରାଜ୍ୟାଭିଷେକ ହୋଇଛି ।
ଲଣ୍ଡନର ୱେଷ୍ଟମିନିଷ୍ଟର ଆବେ ଚର୍ଚ୍ଚରେ ବ୍ରିଟେନର ରାଜା ତୃତୀୟ ଚାର୍ଲସ ଏବଂ ରାଣୀ କାମିଲାଙ୍କ ରାଜ୍ୟାଭିଷେକ ସମାରୋହ ଆୟେଜନ ହୋଇଥିଲା । ଏହି ସମୟରେ କାଣ୍ଟରବେରି ଓ ୟର୍କର ଆର୍କବିଶପ ରାଜା ଚାର୍ଲସ ଓ ରାଣୀ କାମିଲାଙ୍କୁ ସମସ୍ତ ରୀତିନୀତି ଅନୁସାରେ ମୁକୁଟ ପିନ୍ଧାଇଥିଲେ । ଏହା ପରେ ରାଜାଙ୍କୁ ପ୍ରସିଦ୍ଧ ହୀରା କଲିନାନ ଖଚିତ ରାଜଦଣ୍ଡ, ଏକ ରାଜକୀୟ ତରବାରୀ ପ୍ରଦାନ କରାଯାଇଥିଲା ।
ଏହିପରି ୭୪ ବର୍ଷୀୟ କିଙ୍ଗ ଚାର୍ଲସ ବ୍ରିଟେନର ସିଂହାସନରେ ବସିଥିବା ସବୁଠୁ ବୟଜେଷ୍ଠ ବ୍ରିଟିଶ ସମ୍ରାଟ ଭାବେ ଜଣାଯାଇଛନ୍ତି । ଏହି ଉତ୍ସବରେ ସାମିଲ ହୋଇଛନ୍ତି ବ୍ରିଟେନ ରାଜପରିବାର ସହ ସମ୍ପର୍କିତ ଅନେକ ରାଜ ପରିବାରର ସଦସ୍ୟ, ବିଭିନ୍ନ ଧର୍ମର ପ୍ରତିନିଧି, ବିଶ୍ବର ବହୁ ନେତା ପ୍ରମୁଖ ।
Powered by Froala Editor